28 February 2017

Odiya Poem







ପୁଣି ଏକ ସକାଳ :

ରାତି ଜଗି ଜଗି ସକାଳ ପାହିଲା          ମନ୍ଦାରଫୁଲର କଢୀକୁ
ଗଙ୍ଗଶିଉଳି କିନ୍ତୁ ଝଡିପଡିଗଲା             ମାଟିର ବାସନା ପାଖକୁ
ବାସନା ନଥିବା ଟଗର ଫୁଲଟା           ଫୁଟିଥାଏ ବର୍ଷସାରା
ସବୁଦିନ ସିଏ ପୂଜାରେ ଲାଗିବ           ହୁଏନି କବେସେ ମାରା 
ଦାତୁରା ଫୁଲଟା ବିଷାକ୍ତ ହେଲେବି    ଶିବଙ୍କ ମୁଣ୍ଡରେ ଚଢେ
ବନମଲ୍ଲି ସାଥି ମାଳତୀର ମହକ         ବନ ଠାକୁରାଣୀ ଲୋଡେ
ବିଲାତି ଫୁଲର ସୁନ୍ଦର ଚେହେରା          ଲାଗେ ନାହିଁ ପୂଜାଘରେ
କେଵେକୀ ଶୁଣିଛ ବଉଳ ଫୁଲକୁ        ଭକ୍ତଙ୍କ ହୃଦୟରେ?

ସଂଜୟ ଶତପଥି




No comments:

Post a Comment