03 April 2017

ସହଯାତ୍ରୀ



ସହଯାତ୍ରୀ
                                              ଦ୍ଵିତୀୟ ଶ୍ରେଣୀ ଏସି ଡବା, ଚାରିଜଣ ସହଯାତ୍ରୀ ! ଜଣେ ବଂଗଳାକହୁଥିଲେ,ଦ୍ଵିତୀୟ ତେଲୁଗୁ,ତୃତୀୟ ହିନ୍ଦୀ ଏବଂ ଚତୁର୍ଥ ଯାତ୍ରୀ ତାମିଲକହୁଥିଲେ ! କିନ୍ତୁ ନିଜଭିତରେ ହିନ୍ଦୀରେ କିମ୍ବା ଇଂରାଜୀରେ ଭାବପ୍ରଦାନ କରାକରିହଉଥିଲେ !କଟକ ପାଖପୁଖି ତେଲୁଗୁକହୁଥିବା ଭଦ୍ରବ୍ୟକ୍ତି ଓଡ଼ିଆରେ ଚା ବାଲା ସଙ୍ଗରେ  କଥା କହିବାର ଦେଖି ବଙ୍ଗାଳି ଭଦ୍ରଲୋକ  ପଚାରିଲେ "ଆପଣ ଓଡ଼ିଆ?"
"ହଁ !"
"ତାହେଲେ ତେଲୁଗୁରେ କଥା କହୁଥିଲେ ଯେ?"
"ମୋର ବହୁଟା ପରା ତେଲୁଗୁ !"
ଆପଣତ ଭଲ ଓଡ଼ିଆ କହୁଛନ୍ତି  ବଙ୍ଗାଳି ହୋଇ ?
"ମୋ ବହୁଟା  ପରା ବଙ୍ଗାଳି,ଅନ୍ୟ ଉପାୟ ନାହିଁ "
"ସେତିକିବେଳେ ହିନ୍ଦୀ କହୁଥିବା ଧୋତିପିନ୍ଧା ଯାତ୍ରୀ କହିଲେ ମୁଁ ମଧ୍ୟ ଓଡ଼ିଆ କିନ୍ତୁ ବହୁ ନୈନିତାଲର , ସେଇଥିପାଇଁ ଏହି ଦୁର୍ଗତି ?"
ଏତିକିବେଳେ ପାଇଖାନାରୁ ଫେରି ତାମିଲକହୁଥିବା ବ୍ୟକ୍ତି ଅବାକ ହୋଇଗଲେ ଅନ୍ୟ ତିନିଜଣ ଓଡ଼ିଆରେ କଥା କହୁଥିବା ଶୁଣି !"ଆଜ୍ଞା ମୁଁ ମଧ୍ୟ ଓଡ଼ିଆ କିନ୍ତୁ ଚେନାଇରେ ଚାକିରିକରୁଛି ଦଶ ବର୍ଷ ହେଲା !"
କଡ ବର୍ଥ ରୁ ପ୍ରଫୁଲ ନାମକ ଅନ୍ୟଜଣେ ସହଯାତ୍ରୀ ହସି ହସି କହିଲେ "ଏଇଟା ହୋଉଛି ପ୍ରେମ ବିବାହ ଓ ଆଟି ଯୁଗର ପ୍ରଭାବ"
"ରାଜଧାନୀ ୫ ଘଣ୍ଟା ବିଳମ୍ବରେ  ଚାରି ନମ୍ବର ପ୍ଲାଟଫର୍ମ ପହିଞ୍ଚିଥିବାରୁ ଆମେ ଦୁଃଖିତ " ଘୋଷଣା ଶୁଣାଯାଉଥିଲା ଦୂରରୁ !
ଚାରିବୃଦ୍ଧ ଶହଯାତ୍ରୀ ହସି ହସି  ଚକ ଗଡେଇ ଗଡେଇ ନିଜ ନିଜର ମୋବାଇଲରେ ଉଵେର ଟେକସି ସହିତ  ସମ୍ପର୍କ କରିବାରେ ବ୍ୟସ୍ତ ରହିଥିଲେ ! 
ସଂଜୟ ଶତପଥି ମଧ୍ୟ ସେହି କୋଚରେ ଥିଲେ !




























No comments:

Post a Comment