07 May 2017

FAMILY--SMALL FAMILY




ସମ୍ପର୍କର ଛାଇ
                                                        ଅନ୍ୟର କଥାରେ ପଡି ନୂଆ ପିଢ଼ିକୁ ଆସିବାକୁ ନଦେଇ କଣଯେ ପାଇଲୁ କେଜାଣି ?ଏହିସବୁ ସମ୍ପର୍କ ଆଉ ଭବିଷ୍ୟତରେ କେବଳ ଅଭିଧାନରୁ  ହିଁ ପିଲାମାନେ ଜାଣିବେ --ମାମୁଁ,ମାଇଁ,ମଉସା,ମାଉସୀ କକା,ପିଉସା,ଖୁଡି, ଜେଠେଇ, ଦଦେଇ ,ଭାଇନା ,ଶାଳୀ ସାବତ ମା! ଏହି ଡାକ ଆଉ ଶୁଣିବାକୁ ମିଳିବ ନାହିଁ !କ୍ରିୟା କର୍ମ ବେଳେ ବୋଧ ହୁଏ ଭଡାରେ ଆଣିବାକୁପଡିବ ?କେବେ ଭାବିଛନ୍ତି ଯେ ଦିନଆସିବ ଯେତେବେଳେ, ସବୁ ଟଙ୍କା ପଇସାର ସମ୍ପର୍କ ରହିବ ଆଉକିଛି ରହିବନାହିଁ ?ପିଲାମାନେ ଦେଖିବା ପାଇଁ ଯିବେ ସାଙ୍ଗର କକା ଖୁଡି ମାମୁଁ ମାଇଁ କିଭଳି ଦେଖାଯାନ୍ତି !ବରଯାତ୍ରୀରେ ୧୫ କିମ୍ବା ୨୦ ଜଣ ହେଲେ ବହୁତ !ବରକନ୍ୟା ଦୌଡ଼ି ଦୌଡ଼ି ଆସିବେ ବାହାହବI ପାଇଁ ସୀମିତି ଦୌଡ଼ି ଦୌଡ଼ି ଫେରିବେ ବିମାନବନ୍ଦରକୁ, ଛୁଟି ଯେ କେବଳ ପାଞ୍ଚଦିନ, ତାପରେ ବିନା ଦରମା?  ବହୁ ହାତର ଚା ପିଆଜି ସ୍ବପ୍ନରେ ହିଁ ରହିଯିବ, କେବଳ ଶାଶୁଶଶୁର ଟଙ୍କା ଗଣି ରହିଯିବେ ! ଏହିହବ ଭବିଷ୍ୟତର ଡିଜିଟାଲ ପରିବାର !ପାଟି ଫିଟାଇଲେ  ମୁହଁତୋଡ ଜଵାବମିଳିବ ଏମ.ବି. ବହୁ ମୁହଁରୁ !ଶେଷରେ କହିବେ ଲକ୍ଷ୍ମୀ ବୋହୂଟା ମୋର ?
(ସଂଜୟ ଉଵାଚ )

No comments:

Post a Comment