01 September 2017

ବଜାର ସୌଦା



ବଜାର ସୌଦା :
ମୋ ବାପା ବଜାର ସଉଦା କରିବାରେ ଆନନ୍ଦ ପାଉଥିଲେ , ସେହିଭଳି ମୁଁ ମଧ୍ୟ ଥଳିଧରି ପନିପରିବା କିଣିବାରେ ଆନନ୍ଦ ପାଏ ! ଆଜିର ଦରଦାମ ଭଲଥିଲା ! ଦେଖନ୍ତୁ ଶଙ୍ଖ ଚିହ୍ନ ହଉକି ପଦ୍ମ, ମୁଣାଟା ମୋତେହିଁ ବହିବାକୁ ପଡିବ ! ଦୋକାନୀ ବିଚାର ମୋତେଦେଖି ଆଳୁଦମ ବରା ଅଧା ଖାଇବାରୁ ଉଠିଆସିଲା କାରଣ ପାଖରେ ପାଖରେ ଆହୁରି ତିନଟା ପରିବା ଦୋକାନ !  କାକୁଡି, ଗାଜର, ବିଟ, ଟମାଟୋର ,ବାଇଗଣ ,ଜହିଁ ଭେଣ୍ଡି ଶସ୍ତା ! କୁଟା ଛତୁ ଯଉଁଟାକି ୧୬୦ ଥିଲା କିଲୋ  ସପ୍ତାହତଳେ ଆଜିଥିଲା ୧୦୦ଟଙ୍କା ! ସ୍ତ୍ରୀଲୋକଟିଏ ସ୍ୱାମୀର ଅନୁପସ୍ଥିରେ ଆତ ମକ୍କା ଦୋକାନଟିକୁସମ୍ଭାଳିଥିଲା ! ଛଡେଇ ଛଡେଇ, ବାଛି ବାଛି  ତିରିଶଟଙ୍କାର ଛଟା ମକାଦେଲା ! ହସି ହସି କହିଲା 'ଅନ୍ୟକୁ ପାଞ୍ଚ ତୁମକୁ ' ?  ପଚାରିଲା ଆତ ନବ , ଶସ୍ତାରେ ଦେବି ! 'ନା, ଥାଉ ଆତ  ଖାଇଲେ ମୋତେ ଥଣ୍ଡା ଧରେ କାଶ ହୁଏ !'  ମନେ ମନେ ଭାବିଲି ଫଂସବୂକର ଏହି ଜିଏସଟି ପରେ ଝଡତୋଫାନ ଆସିବ ବୋଲି କହୁଥିଲେ କିଛି ବିଞ ଲୋକ, କାଇଁ କିଛିତ ଆସିଲା ନାହିଁ?
                                           ଦାମ ବଢିଲେ ମୋଦିଜୀଙ୍କୁ ଗାଳି କମିଲେ ନବୀଙ୍କ ପ୍ରସଂସାପତ୍ର ! ମୋ ସାଙ୍ଗ  କହିଲା "ଏବେଶଳା ଯିଏ ରାଜୁତିକରୁଛିକରୁ, ନା ତୁ ନା ମୁଁ ,ପଦ୍ମଶ୍ରୀ କଣପାଇବା ନା ମୁଣା ଅନ୍ୟକିଏ ବହିବ?ଖାଲିଟାରେ ଲୋକମାନେ ଝଗଡା ଝାଟି କରି ବ୍ଲଡ଼ ପ୍ରେସର ବଢାଉଛନ୍ତି?" ମୁଁ ସାଙ୍ଗ କଥାରେ ସହମତ ହୋଇ ମୁଣାଧରି ଗାଡ଼ିପାଖକୁ ଆସିଲି !  
                                                 ଏତେସବୁ ପରିବା ଆଣି, ଆଶାକରିଥିଲି ସ୍ତ୍ରୀ ଖୁସିହେବେ କିନ୍ତୁ ତାକଂପାଖରୁ ଗାଳିମିଳିଲା ! ଆଜିକାଲିର ଗୃହାଣୀମାନେ ରାନ୍ଧିବା ପାଇଁ  କୁଣ୍ଠାବୋଧ କରୁଛନ୍ତି !ପହିଲା ହେଲେମଧ୍ୟ ଦୋକନରେ ଭିଡ ନଥିଲା ! କାପ୍ସିକମ ଦାମ ବେସିଥିଲା , ଗୋଟାଏ ବୁଢା ଗୋଟାଏ ନେଲା ! ଭୁବନେଶ୍ୱରର ଗୋଟାଏ କଥା ମୋତେ ଭଲ ଲାଗେ ! ପ୍ରାଏ ସମସ୍ତେ  ବିଳମ୍ବରେ ଡିଉଟି କୁଯାନ୍ତି, ଫୁଟପାଥରେ ମୋଟର ସାଇକଲ ଚଳାନ୍ତି ଏବଂ ହର୍ଣ୍ଣ ବଜାଇ ଚାଲିଥାନ୍ତି ! ୯୦ପ୍ରତିଶତ ସ୍ୱେଣ୍ଡେଲ ପିନ୍ଧନ୍ତି !ଦୋକାନ ବଜାର  ମଧ୍ୟ ପୂଜା ପଶା ଧୂପ କାଠି ଇତ୍ୟାଦି ୧୧ ପାଖପୁଖି ଜଳେ ! ସକାଳୁ ଡାକ୍ତରଖାନାକୁ ରୋଗୀକମ ଆସନ୍ତି ସନ୍ଧ୍ୟାରେ ବେଶୀ !ଗୁରୁବାରଦିନ ଲୋକମାନେ ଏଟିଏମ ,ବ୍ୟାଙ୍କ କିମ୍ବା  ଡାକ୍ତରଖାନା  ଯିବାପାଇଁ ପସନ୍ଦ କରନ୍ତି ନାହିଁ!  ବହୁତ ଭୁବନେସ୍ଵରୀଆ ବୋଧହୁଏ ଶନି ଦଶାର ପ୍ରଭାରେ, ସେଇଥିପାଇଁ କଳା ଘୋଡା , ଶନିମନ୍ଦିର ପାଖରେ ଭିଡ଼ଜମେ ଶନିବାର ସକାଳୁ !ଗୋଟାଏ କଥା ମୁଁ ଲକ୍ଷକରେ, ମୁଣାଧାରୀ ଟୋକାଙ୍କୁ ବଜ଼ାର ସଉଦା କରିବାର କୋୖଚିତ ଦେଖିବାକୁମିଳେ !ସେମାନେ କୁହନ୍ତି ଏସବୁ ଚାକର ବାକରଙ୍କ କାମ , କମ୍ପୁଟର ଏକ୍ସପର୍ଟଙ୍କ ନୁହଁ!

No comments:

Post a Comment