31 October 2017

Colour Painting work of Abhinah Panigrahi

Colour painting of Abhinash Panigrahi--my nephew.

ଗୁଣ୍ଡୁଚିମୂଷା

ଶୁଭ ସକାଳ(ଗୁଣ୍ଡୁଚିମୂଷା)
Do not cut trees they are our house and life line.

29 October 2017

A DOCTOR ON THE MOVE

This white haired doctor is 87 years old.He is going on call to see a sick patient aged 78 years.His son is taking him to the patient, eight kilometers from his village.The doctor gets up at 04:30 hours and sleeps at 21:00 hours, leads a routine and disciplined life.He eats mostly vegetarian food.His name is doctor santosh satpathy, younger brother of my father.This photograph was taken with a cheap mobile hence the poor quality.

28 October 2017

VILLAGE LIFE


Top:Lilly in a pond of Pandhda village.Lilly blooms when it spots the Moon where as Lotus opens up as the sun rises.
Bottom: Golden harvest of my parental village Pandhda.
(Photo sanjoy-25-10-17)

20 October 2017

A TRAVEL STORY IN ODIYA




ଗୋଟାଏ ସୁପରଫାଷ୍ଟ ଟ୍ରେନ୍ରର ଦୁଃଖ କାହାଣୀ :
କିଛି ଏଆଡ଼ୁସିଆଡ଼ୁ ପୁରୁଣା ଭଙ୍ଗାରୁଜା ଡବାକୁ ଲଗାଇ ଭୁବନେଶ୍ୱରରୁ ବାଙ୍ଗିରିପୋଷି  ସୁପରଫାଷ୍ଟ ନାମକ ଗୋଟାଏ ରେଳଗାଡ଼ି  ଚଳାଇଲେ ଲାଲ୍ଲୁପ୍ରସାଦ ! ବାରିପଦା ବାଲେଶ୍ୱର ଲୋକଙ୍କ ପାଇଁ ବହୁତ ସୁବିଧା ହେଲା ! ଅଳ୍ପ ଟଙ୍କାରେ କିମ୍ବା ବିନାପଇସାରେ ଯିବା ଆସିବା କରିହେଲା ! ଗୋଟାଏ ସୁରକ୍ଷିତ ଡବା ବାକିସବୁ ଗୋରୁଗାଈ ଯିବାଭଳି ଡବା କୁହନ୍ତି କଂଗ୍ରେଷିଆ ମନ୍ତ୍ରୀ ! ଏହିଦୁଇ ଜିଲ୍ଲାର ଲୋକ ଛୋଟଛୋଟ ହୋଇଥିବାରୁ ଦୁଇଜଣ ବସିବାସ୍ଥାନରେ ତିନ, ଥରେ ଥରେ ଭିଡ ଦିନରେ  ଚାରିମଧ୍ୟ ବସନ୍ତି !ଡିଜେଲ ଇଞ୍ଜିନ ଚାଳିତ ଟ୍ରେନଟି ! ଠିକ ୧୭:୧୦ ରେ ନମ୍ବର ପ୍ଲଟଫରମ୍ରୁ ଛାଡିବ !ଇଞ୍ଜିନ ଡ୍ରାଇଭର ଆଗରୁବୋଧହୁଏ ଭୁବନେଶ୍ୱରରେ ଓଟୋ ଚଳାଉଥିଲା ! ହରର୍ଣ୍ଣ ପ୍ରେମିଡ୍ରାଇଭର ,କାରଣ ଗାଡି  ଛାଡିବା ଠାରୁ ବାଙ୍ଗିରିପୋଷି ପହଞ୍ଚିବା ପର୍ଯ୍ୟନ୍ତ ଦବାଇ ରଖିଥାଏ,ଲୋକ କଥା ହୋଇପାରନ୍ତି ନାହିଁ ! ଯାତ୍ରୀ ବହୁତ ଭୋକିଲା ! ପ୍ରଥମ ଆସିବ ପାଣି ଏବଂ ମୃଦୁପାନୀଅବିକାଳି ! ବିଲେଇ ଚାଲିବାର ଜାଗା ନଥାଏ ତଥାପି ବିକାଳୀ ଦଳ ହସି ହସି ଜିନିଷ ବିକିଚାଲିଥାନ୍ତି ?କାକୁଡି--ଖବରକାଗଜ-ଭଜା ବାଦାମ,ସିଝାବାଦାମ--ମସଲା ମୁଢି --ଦହିବରା   ଗଜାମୁଗ ଗଜାବୁଟ ସବୁଦଶଟଙ୍କା ! କିଛି ଯାଜପୁର ରୋଡରେ ଓଲ୍ହାଇ ଯାନ୍ତି ଆଉ ନୂଆ  ଦଳ ଚଢ଼ନ୍ତି !   ଏହି ସମୟରେ ତାଳି ଶବ୍ଦ ଶୁଣାଯାଏ !ଟୋକାମାନଙ୍କୁ ଶାଗୁଣା ଖୁଂପିଲା ଭଳି ଖୁମୀ ଟଙ୍କା ଆଦାଇ କରନ୍ତି, ଆଙ୍ଗୁଳିସନ୍ଧିରେ ନୋଟ ସବୁ ଗେଂଜାହୋଇ ଥାଏ ! ପାଁଚଶହଠାରୁ ଦୁଇ ହାଜ଼ାର ନୋଟ କୁଚୁରା  ତାଙ୍କ ପାଖରେ ଥାଏ !କହିବାକୁଗଲେ ଭାରତୀୟ ରେଲ ବୋଧହୁଏ ସବୁଠାରୁ ବେଶୀ ବଡ଼ ଇଣ୍ଡଷ୍ଟ୍ରି ! ସରକାରୀ ବେସରକାରୀ ମିଶାଇ ହିସାବ କଲେ କୋଟି କୋଟି ଲୋକଙ୍କୁ ଚାକିରିଦେଇଛି !ଚା ବିକାଳୀ କହିଲା ମାସକୁ -୧୦ ହୋଇଯାଏ,ଶୀତଦିନରେ ବେଶୀ ?ତାଲିମାରା ଦଳ ଭଦ୍ରକରେ ଉଲ୍ଲହାଇଗଲେ !ଟୋକା ଟୋକି ମାନଙ୍କ ମୁହଁ ନିମ୍ନଗାମୀ - ଜିଓରେ ମନମଜି ରହିଥାଏ ! ବାହରଦୁନିଆ ତାଙ୍କର କିଛି ଯାଇ ଆସେ ନାହିଁ , କଥାକୁହଂତି ଭୌତିକ ଢଙ୍ଗରେ ! କିଛି ଯାତ୍ରୀ ଠିଆ ହୋଇ ତାସ ଖେଳନ୍ତି,ଆଉକିଛି ଭିତରେ ସ୍ଥାନଥିଲେ  ମଧ୍ୟ କାବଟଖୋଲି କାନରେ ୟାର ଫୋନେ ଲଗାଇ ହାବା ଖାଉଥାନ୍ତି ଏବଂ ଥରେ ଥରେ ଗାଡ଼ିରୁପଡିଗଲେ ତାପରଦିନ ଖବର ବାହାରେ ଟି ଟି ଠେଲିଦେଲେ ବୋଲି ବାହାରେ  ? ଲୋକ ସଜବାଜ ହେଲେ, ଚୁଳ କୁଣ୍ଡାଇବାକୁ ଲାଗିଲେ ! ଝିଅ ପିଲାମାନେ ସେଲ୍ଫିରେ ଦେଖିନେଲେ ନିଜ ଚେହେରା , ବାଲେଶ୍ୱର ପାଖେଇ ଆସିଲା.କବାଟ ପାଖରେ ଜିନିଷର ଗୋଦାମ, ଉଲ୍ଲାହିବାର  ବାଟନାହିଁ ! ନଦାନଦୀ ହୋଇ ଓଲ୍ହାନ୍ତି !ଘଡିରେ ୨୦୧୬ ! ୬୦ ଟଙ୍କାରେ ବୃଦ୍ଧଲୋକପାଇଁ  ତିନି ଘଂଟାରେ ୨୦୦ କିଲୋମିଟର ? କିଜଲଦିଅଛିକି ଯେ ଦୁଇ ହଜ଼ାର ଟଙ୍କା ଦେଇ ୪୫ ମିନିଟ ରେ ପହଞ୍ଚିବା ? ବାଲେଶ୍ୱର ଷ୍ଟେସନ ପରେ ଗାଡିଟି ପାସେଞ୍ଜର ହୋଇଯାଏ  ବାଙ୍ଗିରିପୋଷି ପର୍ଯ୍ୟନ୍ତ ! ସେଇକାହାଣୀ ଆଉକେବେ !ଆମର କେବଳ ଅଭିଯୋଗ, ମୟୁରଭଞଜିଆ ହେଲେ ବୋଲି ଏଭଳି ଗାଈ ଗୋରୁଙ୍କୁ ନେଲାଭଳି ଡବା ସବୁ ଟିକେ ମଣିଷ ବସିବା ଉପଯୋଗୀ କିଛିଟା କରିହୁଅନ୍ତାନାହିଁ?
ତଥାପି ଆମେ ଏହି ସୁବିଧା ପାଇଁ ଏବଂ ବେରୋଜଗାରିଆ ଟୋକା ଏବଂ ନିଷ୍ପ ଲିଙ୍ଗଙ୍କୁ ରୋଜଗାର ଦଉଥିବାରୁ "ଧନ୍ୟବାଦ" ଦଉଛୁ ! ଯଉଁ ଫୁଟାଣିଆ ବନ୍ଧୁ ଏବଂ ମୋର ସମ୍ପର୍କୀୟାମାନେ ଏଆରବାସ ଛଡା ଯିବା ଆସିବାକରନ୍ତି ନାହିଁ, କିନ୍ତୁ ତାଙ୍କ ହୃଦୟ କାନ୍ଦେ ସାଧାରଣ  ଭାରତୀୟଙ୍କ ପାଇଁ, ସେମାନେ ଥରେ ଅଧେ ଲୋକମାନଂକ ସହିତ  ମିଶନ୍ତୁ ଏବଂ ଦେଖିବେ କିମିତି ସମସ୍ତେ  ସମସ୍ତେ  ନିଜ଼ ନିଜ଼ର ବଂଚିବାର ବାଟ କାଢ଼ିନେଇଛନ୍ତି ଏବଂ ଖୁସିରେ ମଧ୍ୟ ଅଛନ୍ତି ! ଏହିମାନେହିଁ ପ୍ରକୃତରେ ଭାରତୀୟ ?ଜୀବନରେ ଟଙ୍କା ସହିତ ଅନୁଭୁତିଟା ମଧ୍ୟ ନିତ୍ୟାନ୍ତ ଜରୁରୀ!

  (ଲେଖକ ଗୋଟାଏ ସାଧାରଣ ମଣିଷ ଯିଏକି କଳା ବିଲେଇ ଦ୍ୱାରା ନିଜ ଜୀବନକୁ ବଂଚାନ୍ତି ନାହିଁ !)
Sanjoy Kumar Satpathy
Bhubaneswar
9438484054