08 October 2017

ଫଟା ହାଣ୍ଡି



ଫଟା ହାଣ୍ଡି:
ମୁଁ ଗୋଟାଏ ଫଟା ହାଣ୍ଡି  ଯିଏ ଆସିଲା ଟକ ଟକ କରି ପିଟିଲା
ତଳେ ରଖିଦେଲା ଆଉଗୋଟି ଉଠାଇଲା ପିଟିଲା ବିଶିଆଙ୍ଗୁଳୀରେ |
ପଚାରିଲା ଫଟା ହାଣ୍ଡି କାହିଁକି ରଖିଛ ?
ଦୋକାନୀ ହସିଦେଲା, ଭଲ ଫଟା ସବୁଥିରେ ମିଶା
ବାଛିନେବାରେତ ବାହାଦୁରି ଦୁନିଆଁଟାତ ଫଟା |

ହାଣ୍ଡିର ବା କିଦୋଷ ? ହାଣ୍ଡି ଫାଟେ ହୃଦୟ ଫାଟେ ପୃଥୀବିଫାଟେ
ସବୁ ଫାଟେ ଦିନେ? ବିଚରା ହାଣ୍ଡିର ବା କି ଦୋଷ?
ଫଟା ଭାଗ୍ୟ ଯାହାର ତାକୁ କିଏ ଯୋଡ଼ିବ?
ସଂଜୟ କୁମାର ଶତପଥି










































































































































































































No comments:

Post a Comment