15 October 2017

SUNDAY GUESTS


ଆଜିର ଅତିଥି :
ବହୁତ ଦିନ ପରେ ଆସିଥିଲେ ଆମର ସମ୍ପର୍କୀୟ ମାନେ , ଦେଶର ହାଲଚାଲ ବୁଝିବା ପାଇଁ !
ମୁଁକହିଲି "ଲୋକ ମିଳିଲାନାହିଁ ଯେ ମୋଭଳି ଗେନ୍ଧ୍ରାମୁହାଁ ପାଖକୁ ଆସିଲ?"
ସେମାନେ କହିଲେ "ସଠିକ ଖବର ପାଇଁ ତୁମ ଘରକୁ ଆସିଛୁ !ରୋଟୀ ଓ କଦଳିହେଲେ ଦିଅ ?"
ତାଙ୍କୁ ଶୁଣାଇଲି ଏହିକଥା ---
"ଜୟ ଜୟ ଗାନ":
ଆଜିଠାରୁ ସାତଦିନ ଧରି ଶଙ୍ଖର ଜୟଜୟ ଗାନ କରିବି?
ଏମୀତିରାଜ୍ୟ ଯଉଁଠିକି କେବେ ମରୁଡି ପଡେନାହିଁ !
ବଢ଼ିହୁଏନାହିଁ ! ଲୋକ ଦିନରାତ୍ରି ମଜାରେ ଭଗବତ ଟୁଙ୍ଗିରେ
ସଂକୀର୍ତନ କରୁଥାନ୍ତି I ପାଣି ବଦଳରେ ମଦପିଅନ୍ତି I
ଗଜଲକ୍ଷ୍ମୀ ପୂଜାହୁଏ ମାସ ମାସ ଧରି କିନ୍ତୁ
ବିଜୁଳିତାରରେ ମାରାଯାଏ ଗଜଭାଇଙ୍କୁ
ଦାନ୍ତବିକ୍ରିହୁଏ ହାତୀମାରିଛିକହି ଟଙ୍କା ମିଳେ ?
ରାସ୍ତା ଉପରେ 'ସବ' ରଖିଲେ ଟଙ୍କା, ସାପ କାମୁଡ଼ିଲେ ଟଙ୍କା,ବିଜୁଳିମାରିଲେ ଟଙ୍କା ,
ଷଣ୍ଢଭୂଷିଲେ କିନ୍ତୁ କିଛି ମିଳେ ନାହିଁ ଷଣ୍ଢଟା କୁଆଡେ ହିନ୍ଦୁ ହିନ୍ଦୁ ଵାସୁଥାଏ !
ଦଶ ବର୍ଷରେ ଥରେ ଏମପିଙ୍କ ଚେହେରା ଦେଖିପାରିଲୁନାହିଁ କେବଳ ଫୋଟରେ ଦେଖୁ
ବେତାଳଟିଭଳି ଜଣକ ପଛରେ ଚାଲିଥାନ୍ତି, କଣକରନ୍ତି କିମିତି ଜିତନ୍ତି ଆମେ ଜାଣିନୁ ?
କିନ୍ତୁ ଗେରୁଆ ଅଭ୍ୟାସ ଛାଡ଼ିନାହିଁ କୁଆଡେ ଧଳା ଅର୍ଥ ଅନର୍ଥ ?
ପୋଲହୁଏ ପୋଲଭାଙ୍ଗେ ପୁଣି ତିଆରିହୁଏ
ପୁଣି ଶଙ୍ଖ ବାଜେ ଓ ଉଦ୍ଘାଟନ ହୁଏ ପୁରସ୍କାର ମିଳେ
ଚାମଚାମାନେ ଏକ କୁଇଂଟଳ ଫୁଲମାଳା ପିନ୍ଧାନ୍ତି ?
ନଦୀବନ୍ଧ ଅନ୍ୟର ଭାଗନ୍ତି ନିଜେ କିନ୍ତୁ ସମୁଦ୍ରକୁ ପାଣିଛାଡି ଆନନ୍ଦ ନିୟନ୍ତି ?
ଲୋକଙ୍କ ପାଇଁ ରାଜଧାନୀ ପାଇଁ ଭିକ୍ଷା ମାଗନ୍ତି
କିନ୍ତୁ ନିଜେ ଦୁଇ କିଲୋମିଟର ଉଡ଼ାଜାହାଜରେ ଯାନ୍ତି ?
ବର୍ଷା ହେଲେ କୋଣାର୍କ ଡୁବେ ବେଙ୍ଗମୁତିଲେ ବଡଦାଣ୍ତରେ ମୀନ ନାଚେ
ଚାରିଆଡେ ପ୍ରଗତି ହିଁ ପ୍ରଗତି ସରକାର ଖୁଶ ଜନତା ଖୁଶ
ଲୋକକୁହନ୍ତି କୁଆଡେ ପଚିଶ ପହଞ୍ଚିଯିବେ ?
ନା ଆମେ ଥିବୁ ନା ରାଜ୍ୟ, ଉପରୁଦେଖିବୁ?
(ଭୁଲ ସବୁ କହିଲ, ଆମେ ପରା ସବୁ ବିପିଏଲ କାର୍ଡ ବାଲା,ବିଜୁବାବୁଙ୍କ ଭକ୍ତ !
ନିଅ ତୁମ କଦଳୀ ରୋଟୀ, କହି ଫୋପାଡ଼ିଦେଲେ?)Specially for Partha Bhanja?

No comments:

Post a Comment