01 November 2017

PEARS SOAP



ପିଅର୍ଶ ସାବୁନ:
ମାଡ୍ରାସର ଗୋଟେ ହୋଟେଲରେ ବାପା-ପୁଅ-ବହୁ ରହିଥିଲୁ ! ସକାଳୁ ଉଠିଦେଖିଲି ବାପା ମନଦୁଃଖରେ ବସିଛନ୍ତି !
ଭାବିଲି କିଛିଗୋଟାଏ ଅଘଟଣ ହୋଇଛି !
ପଚରିବାରୁ କହିଲେ "ପିଅର୍ଶ ସାବୁନଟା ପାଇଖାନାରେ ପଡିଗଲା !"
କହିଲି "ଗଲା ଗଲା, ସାବୁନଟା ପାଇଁ ଏତେ ମନଦୁଃଖ?"
ବାପା କହିଲେ "ଆହୁରି ସପ୍ତାହେ ଯାଇଥାନ୍ତା"
ପଇସା ନଷ୍ଟହେବାର ଦେଖିପାରନ୍ତି ନାହିଁ ସେତେ ବେଳେର ଲୋକମାନେ !
ଯେତେବେଳେ ମୁଁ ପିଅର୍ଶ ସାବୁନ କିଣେ କିମ୍ବା ଦିହରେ ଲଗାଏ, ମନେପଡନ୍ତି ବାପା !
ସାବଧାନ ହୋଇଯାଏ , ବାପା କହିଥିବା "ପିଅର୍ଶ ସାବୁନଟା ଭାରି ପିଛୁଳା"
ଜୀବନର କେତେ ସ୍ମୃତି କେତେ ଅନୁଭୂତି କୁନେଇତ ମଣିଷ ବଞ୍ଚିରହେ ? ମୁଁମଧ୍ୟ
ସେଥିରୁ ବା କିମିତି ନିଜକୁ ଦୁରେଇ ନେବି ?
ସଂଜୟ ଶତପଥି
(କିଛି ସ୍ମୃତି କିଛି ଅନୁଭୂତିରୁ)

No comments:

Post a Comment