02 November 2017

STRESSFUL LIFE




(ଘର ଘରର କଥା)

ପୁଅର ବ୍ୟସ୍ତତା ଦେଖି  ମା ପୁଅକୁ କହିଲା
"ପୁଅରେ, ତୁଟିକେ ଭଲକରି ଶୋଉନୁ କି ବିଶ୍ରାମ ନଉନୁ,ଦେହ ଖରାପ ହୋଇଯିବଯେ?"
ପୁଅ ଉତ୍ତର ଦେଲା " ବ୍ୟସ୍ତ ହୁଅନି ମା ,ବସରେ ଯିବାସମୟରେ ବେଶ ଶୋଇପଡ଼େ"
"ଘରେ ଖଟର ନିଦ ଆଉ ବସରେ ନିଦ କଣସମାନରେ ପୁଅ?" ମା କହିଲା !
"ଆମରତ ବେଶ ସମ୍ପତ୍ତିବାଡି ଅଛି ,ଟଙ୍କା ଅଛି, ବହୁ ଆଉ ଛୁଆଙ୍କୁ ନେଇ ଚାଲିଆ ଆମେରିକାରୁ !
ସାଙ୍ଗ ହୋଇ ବାକିଯିବନ କାଟିଦେବା , ତୋବାପା ମୁଁ ନିଶ୍ଚିନ୍ତରେ ଦିନକାଟିବୁ "
ମା ଟିକେ ଭାବବିହ୍ୱଳିତ ହୋଇ ଫୋନରେ କହିଚାଲିଥାଏ ତାର ମନର କଥା !
ପୁଅ ରୋକଠୋକ ମନାକଲା " ମୁଁ ସିନା ଜିମିତିହଉ  ଚଳାଇଦେବି ,ତୋର ବହୁ ନାତୁଣୀମାନେ?"
ମା କାନ୍ଦି କାନ୍ଦି ଫୋନେଟିକୁ ରଖିଦେଲା !ମନେ ମନେ ଭାବିଲା ଦୁନିଆରେ ଟଙ୍କାଟା କଣ ସବୁକିଛି?
ଘରେ ଘରେ କେତେ ମା  ଆଖିର ଲୁହ ଶୁଖିଗଲାଣି ! ସେହି ବିରାଟ ବିରାଟ ଘର, ଲମ୍ବା ଲମ୍ବା କାର
ଖାଲି ଲୋକ ଦେଖାଣିଆ -- ଦୁନିଆଟା   ଲୋକଦେଖାଣିଆ ହୋଇଗଲାଣି ! ଘର ବିରାଟ ରହିବାକୁ
ଲୋକ ନାହାନ୍ତି ,ମଣିଷ ସବୁ ବୁଝି ଅବୁଝା ରହିଗଲା ?
ଅବୁଝା ସଞ୍ଜୟର ମନ

No comments:

Post a Comment