18 March 2018

ODISHA ODISHA

ଓଡ଼ିଆ ଓଡ଼ିଆ : (ରମ୍ୟ ରଚନା)
ଯଦି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ନୁହନ୍ତି ତାହେଲେ ଜଣଙ୍କର ଜେଜେମା ପଂଜାବୀ ,ମା ବଙ୍ଗାଳି ତାହେଲେ ସେହି ବଂଶର ପୁଅ କେତେ ପ୍ରତିଶଦ ଓଡ଼ିଆ କି ପଂଜାବୀ କି ବଙ୍ଗାଳି କହିବା କେବଳ କିଛି ଖାଣ୍ଟି ଓଡିଆମାନେ ଜାଣିଛନ୍ତି Iଯଦି ଜଣେ ଅନ୍ୟ ରାଜ୍ୟରୁ ରାଜ୍ୟସଭାରୁ ନାମିତ ହୁଅନ୍ତି ତାହାହେଲେ ସେଇଟା ଓଡ଼ିଆଙ୍କ ପାଇଁ ଗର୍ବରକଥା ନୁହଁକି I ଦଶବର୍ଷର ପ୍ରଧାନମନ୍ତ୍ରୀ ଦୁଇ ଦୁଇ ଥର ପଞ୍ଜାବରୁ ନଯାଇ ଆସାମରୁ ଯାଇଥିଲେ କିନ୍ତୁ ଓଡିୟା ମନ୍ତ୍ରୀ ଯଦି ଅନ୍ୟ ରାଜ୍ୟରୁ ନାମିତ ହୋଇଗଲେ ସେଥିରେ ପରିହାସ କରିବାର କଣ ଅଛି--ସମସ୍ତେତ ଭାରତୀୟ?ଭାଜପା ଜିତିବକି ହାରିବ ସେଇଟା ବଡ଼କଥା ନୁହଁ କିନ୍ତୁ ମିଛଟାରେ ଜଣଙ୍କୁ ବାଃ ବାଃ କରିବାଟା ଭିତରେ କେତେଟା ସତ୍ୟତା କେତେଟା ସ୍ୱାର୍ଥ ଓ ଭଣ୍ଡାମୀ ଲୁଚି ରହିଛନ୍ତି କହି ହବନାହିଁ!ଯଉଁ ମୁଖିଆ ଜାଣିଶୁଣି ଓଡିୟାନଙ୍କ ଠାରୁ ଦୁରେଇ ରହି ଆଣ୍ଡିଆନଙ୍କୁ ମାର୍ଗଦର୍ଶକ ଭାବରେ ଆତ୍ମସମର୍ପଣ କରନ୍ତି ସିଏକଣ ପ୍ରକୃତରେ ଓଡ଼ିଆ ନା ମିଶା ଛଦ୍ମବେଶୀ ଓଡ଼ିଆ? ଅବଶ୍ୟ ତାଙ୍କର ମାତୃଭାଷା ବଙ୍ଗାଳି କାରଣ ତାଙ୍କ ମା ଥିଲେ ବଙ୍ଗାଳି, ସେଥିରେ ତାଙ୍କର କିବା ଭୁଲ ! ତଥାପି ଜାଣିଶୁଣି ଶେଉଳ ମାଛଭଳି ପଙ୍କଭିତରେ ଲୁଚି ରହି ନିଜକୁ ରୋହିମାଛକହିବାଟାକଣ ଠିକ ନା ଭୁଲ, ମାଇଚିଆ ଜାତି କହିବେ !କଳାପତାକା, ଅଣ୍ଡା, ଗୋବର, ଚପଲ ଓ ଫୁଲମାଳ ଭିତରେ ତାଙ୍କୁ କିଛି ଫରକ ପଡେ ନାହିଁ ,କାରଣ ସିଏ ସାତ ସମୁନ୍ଦ୍ର ଭିତରେ ଥାନ୍ତି Iକୋଡ଼ିଏ କିଲୋମେଟର ହେଲିକପଟରରେ ଯାନ୍ତି,ୟୁପିଏ ସରକାର ହଉ କି ଏନ୍ଡିଏ ସେମାନେ ତାଙ୍କର ଶତ୍ରୁ, ଯିମିତିକି ଆନ୍ଧ୍ର,ତେଲେଙ୍ଗାନା ,ଛତିଶଗଡ,ଝାଡ଼ଖଣ୍ଡ ଓ ବେଙ୍ଗଲ I କିନ୍ତୁ ବିପଦ ଆପଦରେ ତାଙ୍କୁ ହାତପତାଯାଏ, ଓଡିସାର ଟମାଟୋ,ଅଣ୍ଡା,କୁକୁଡ଼ା ଦର ଆନ୍ଧ୍ରରୁ ନିୟନ୍ତ୍ରଣହୁଏ Iଖବର କାଗଜ ବାଲାଙ୍କୁ କିଣିନେଲେ ତ ହେଲା? ଯଦି ନାଁ ହେଲା ତାହାହେଲେ ନିଜର ବଦନାମ ହେଲେ କେନ୍ଦ୍ର ସରକାରଦାଇ ?
ସରକାର ଗଠନ କିମ୍ବା ଭାଙ୍ଗିବା କାମ ମେଡ଼ିଆବାଲାଙ୍କ ହାତରେ ,ଲୋକେ ଖାଲି ଭକୁଆ ହୋଇ କଳାପତାକା ଧରି ରାସ୍ତା କଡରେ ଖରାରେ ଠିଆ ହୋଉଛନ୍ତି, ରାଜ୍ୟ ପ୍ରକୂର୍ତ୍ତରେ କୁଆଡେ ଯାଉଛି ସମସ୍ତେ ଜାଣନ୍ତି କିନ୍ତୁ କିଛିକହିବା ମାନେ ବିପଦକୁ ଡାକି ଆଣିବା?
ଓଡିଶାର ବିପ୍ଳବକାନ୍ଥରେ କେବଳ ମୋଦିଜୀଙ୍କୁ, ହିନ୍ଦୁଙ୍କୁ ଗାଳିଦେବା, ଆଉ ପାଂଚ ହଜ଼ାରିଆ ଫୁଲମାଳା ମୁଖିଆଙ୍କ ସହଫଟୋ ଉଠାଇବା ଛଡା ଆଉକିଛି କାମ ନାହିଁକି ଓଡିୟାଙ୍କ ? ଅନ୍ୟଦେଶରେ ପ୍ରଧାନ ମନ୍ତ୍ରୀଙ୍କୁ ଗାଳିଦେବା ଓ ପରିହାସ କରିବା ମାନେ କାରାଗାର !ଚୁପ ରୁହ ନହେଲେ ତୃତୀୟ ମହଲର କଳାବିଲେଇ ଛାଡ଼ିଦେବେ ?

No comments:

Post a Comment