29 May 2018

RICE OR ROTI FOR DIABETICS?

ଭାତ ଆଉ ଅଟାରୁଟି  କଉଁଟା ମଧୁମେହ  ରୋଗୀ ପାଇଁ ଭଲ ?
ବହୁତ ଲୋକ ଏହିପ୍ରଶ୍ନଟିକୁ ପଚାରନ୍ତି କିନ୍ତୁ ବ୍ୟସ୍ତ ଡାକ୍ତର ଡାଏଟିସିଆନ
ପାଖକୁ ପଠାଇ ଦିଅନ୍ତି, ଆଉ ରୋଗୀ ଦୁଇଶହଟଙ୍କା ଗଣି ଗୋଟାଏ କାଗଜ ପାଏ ?
ମୋର ୨୫ ବର୍ଷର  ଡାଏବେଟିସ ରୋଗୀଙ୍କ ସହିତ ଅଭିଜ୍ଞତାରୁ କହିବି |
ଗାଧୁଆ ଘରେ ଜନ୍ଦାମାନେ ଘରେ କିଏ ସୁଗାର ରୋଗୀ ଅଛି କିମ୍ବା ଧାତୁ ପଡୁଛି କାହାର?ସାବଧାନ !
ରୋଟୀ ଗଣି ଗଣି ଖାଇ ହୁଏ , ଭାତ ଯଦି ତରକାରୀ ବଢିଆ ହୋଇଛି ତାହେଲେତ ହେଲା ! ବାସୀଭାତ ବିଷ ସଦୃଶ, ଗରମକରୀ ଖାଆନ୍ତୁ ନାହିଁ , ପଖାଳ କରି ଖାଇ ହବ ! ଫ୍ରୀଜ଼ ଭାତ ଖାଆନ୍ତୁ ନାହିଁ I
ଫାଇବର (ତନ୍ତୁ)ଅଂଶ ବେସିଥାଏ ଗହମରେ, ଜୀବସାର ଗହମରେ  ଅଧିକା, ସୁଗାର ହଟାତ
ବଢ଼େନାହିଁ ଗହମ ରୁଟିରେ ,ଉସ୍ମାଚାଉଳର ଗ୍ଳାସୀମିକ ଇଣ୍ଡେକ୍ସ ଭଲ |
ଏମୀତିନୁଁହେଯେ  ଭାତ ଡ଼ିଏବେଟିସ ପାଇଁ ଖରାପ ,ମାପି ଖାଇଲେ ଠିକ |
ବ୍ୟାୟାମ କିମ୍ବା ଶାରୀରିକ ପରିଶ୍ରମ କରୁଥିଲେ ଭାତ ଖାଇଲେ ଚଲିବ |
ପେଟେ ପେଟେ ଭାତ ଖାଇ ଶୋଇଲେ ଜଗନଥ ମନ୍ଦିର ପଣ୍ଡାମାନଙ୍କ ଭଳି ପେଟ
ବାହାରିଯିବ ଏବଂ ଡ଼ିଏବେଟିସ ମାଡିଆସିବ | ତରକାରୀରେ ତେଲ ବହୁତ ଅଳ୍ପ
ବ୍ୟବହାର କରନ୍ତୁ, ଭାତ କମ, ତରକାରୀ ବେଶୀ ଖାଆନ୍ତୁ |ଆଳୁଚୋପା ସହିତ ଖାଇପାରିବେ I
 ଅପ୍ରିୟ ସତ୍ୟ ହଉଚି ଡାଇବେଟିସ ଲୋକମାନେ ବହୁତ ମିଛୁଆ ଠକ ,ତାଙ୍କରଖାଇବାକୁ ନେଇ !
 ମୁଁତ କେବେ ବିଶ୍ୱାସ କରୁନଥିକି ଏବେ ମଧ୍ୟ କରେ ନାହିଁ I
ସ୍ତ୍ରୀଙ୍କ ପାଖରୁ ଦୁରକୁ ଚାଲିଯାଇ ଲୁଚେଇ  ଲୁଚେଇ  ରସଗୋଲାକୁ ଚିପୁଡ଼ି ପାଟିରେ ଟପକିନା ପୁରାଇ ଦିଅନ୍ତି I

(ଆଉକିଛି ପଚାରିବାର ଥିଲେ ପଚାରିପାରନ୍ତି  |)

No comments:

Post a Comment