25 May 2018

SELLING BOOKS

ଧାର୍ମିକ ବହି :
ହଟାତ ଗେଟ ଠକ ଠାଁଙ୍ଗ ଶବ୍ଦ ଶୁଣି ମୋ ପତ୍ନୀ ଦେଖିଲେ  ଜଣେ ଅଛିନ୍ନା ସ୍ତ୍ରୀ ଲୋକ ଠିଆ ହୋଇଛନ୍ତି I      
ପଚାରିବା ପୂର୍ବରୁ କହିଲେ "ପଟନାୟକବାବୁ ପଠେଛନ୍ତି "
ମତେ ପଚାରି ଅପରିଚିତାଙ୍କୁ ଭିତରେ ବସାଇଦେଲେ ଆମ ସ୍ତ୍ରୀ I
ମୁଁ ମନେ ମନେ ଭାବିଲି ବିଜେଡି ଅଫିସରୁ ଆସିନାହାନ୍ତିତ ?
"ଆପଣ ବହିଲେଖାନ୍ତି ମୁଁ ମଧ୍ୟକହିଲେ ଭଦ୍ର ମହିଳା I
ଆଣିଥିବା ଥଳୀରୁ ଗୋଟାଏ ବହିବାହାରକଲେ ଏବଂ ମୋହାତରେ ଥୋଇଦେଲେ !
"ଏଭଳି ଅନୁବାଦ ଧାର୍ମିକ ବହି ମୋ ପାଖରେ ଭର୍ତି ଅଛି "   ମୁଁ କହିଲି I
"ବହୁତ ବଢିଆ ବହି , ପଟନାୟକ ବାବୁ ଦୁଇଟା ରଖିଲେ "
"କେତେ ଟଙ୍କା ?"
"ପଚାଶ "
ମୋ କାନ ପାଖରେ ଫୁସ ଫୁସ କରି ପତ୍ନୀ କହିଲେ "ଯାଉପଛେ ପଚାଶ ଶୀଘ୍ର ବିଦା କର "
ସିଏ ଗଲାପରେ ପୁଣି ପତ୍ନୀ କହିଲେ "ଏହିଭଳି ତୁମ ବହି ଘରେ ଘରେ ଯାଇ ବିକ୍ରି କଲେ ଦୁଇ ପଇସା ପାଇବବସିଖାଇଲେ ନଈବାଲି ପରା ସରିଯାଏ ?ଘରେ ବସି ବସି ବୁଢା ହୋଇଗଲଣି କିଛି ହେଲେ କର ?"
ଧାର୍ମିକ ବହିଟିର ପୃଷ୍ଠା ଉଲଟାଉ ଉଲଟାଉ କହିଲି "ମୁଁ ଯଦି ସୁନ୍ଦର ସ୍ତ୍ରୀଲୋକଟିଏ ହୋଇଥାନ୍ତି, କେବେ ଠାରୁ ପଦ୍ମ ପୁରସ୍କାର ପାଇସାରିଥାନ୍ତି, ଏଭଳି ପଦେ ଶୁଣିବାକୁ ପଡ଼ିନଥାନ୍ତା ?"

(ପଲାଶଶ୍ରୀ  ପୁରସ୍କାରପ୍ରାପ୍ତ ଲେଖକ)

No comments:

Post a Comment