13 June 2018

SHARING MANGO


ରାସ୍ତା କିମ୍ବା ସ୍କୁଲ ପାଖରେ ଆମ୍ବଗଛ ଥିଲେ ମଲା ଘରର ମାଲିକ !କିମ୍ବା ପଡୋଶୀ ଝଗଡ଼ାଳୁଥିଲେ ମଧ୍ୟ ବିପଦ ?
                        ଦୁଇ ପଡୋଶୀ ବେଶ କିଛି ବର୍ଷ ଧରି ରହି ଆସୁଥିଲେ  I ଗୋଟାଏ  ବଡ଼ ଆମ୍ବ ଗଛ ଥିଲା  ରାମ ବାବୁଙ୍କର ବଗିଚାରେ ଯାହାର ଡାଳ ନବବାବୁଙ୍କ ପାଚିରୀ ଭିତରେ ଥିଲା ! ବର୍ଷ ବର୍ଷ ଧରି ନବବାବୁ ଆଉ ତାଙ୍କ ପିଲା ମାନେ ଆମ୍ବ କଞ୍ଚାରୁ ଖାଇ ଆସୁଥିଲେ !ଆଚାର ମଧ୍ୟ କରୁଥିଲେ Iପାଚିଲେ ଚିନୀଭଳି ମିଠା I
 ଥରକର କଥା କାନ୍ଥ ପାଚିରି ଫାଟି ଯିବାରୁ ରାମ ବାବୁ ଗଛର କିଛି ଚେର କାଟିଦେଲେ, ଯାହାଫଳରେ ନବବାବୁଙ୍କଆଡେ ଆମ୍ବ ଅଳ୍ପ ଫଳିଲା ! ଆମ୍ବକୁ ନେଇ ଦୁହିଁଙ୍କ ଭିତରେ ବହୁତ ଝଗଡା ଝାଟି  ଲାଗିଲା ? ନବ ବାବୁ କୋର୍ଟ କେସ କରିଦେଲେ ! କୋର୍ଟ କହିଲା ନିୟମ କହୁଛି ଯେହେତୁ ଗଛଟି ରାମବାବୁଙ୍କ ହତା ଭିତରେ ତାଙ୍କର ୯୦ ଭାଗ ଆମ୍ବ  ବାକି ନବବାବୁଙ୍କ ?
ରାମ ବାବୁଙ୍କ ଓକିଲ କହିଲେ ଏତେ ବର୍ଷ ପରେ କାହିଁକି ନବବାବୁଙ୍କନିଦଭାଙ୍ଗିଲା?ଏତେଦିନ ଧରି ଆମ୍ବ ଖାଇଚାଲିଥିଲେ ହଟାତ ତାଙ୍କର କାହିଁକି ଏପାଗଳାମୀ ?କୋର୍ଟକୁ ଯିବା ପୂର୍ବରୁ  ରାମ ବାବୁଙ୍କ  ସହିତ କଥା ହେଇଥିଲେ କଣ ହୋଇ ଥାନ୍ତା?
ଭାଗ୍ୟ ଖରାପ, ଏବର୍ଷ ନବବାବୁଙ୍କ ଆଡେ ନାଁ ବଉଳ  ନାଁ ଆମ୍ବ,  କିଛି ଆସିଲା ନାହିଁ! ଗଛର ମଧ୍ୟ କାନ ଅଛି କୁଆଡେ?

(ସଞ୍ଜୟ କୁମାର ଶତପଥି)


No comments:

Post a Comment