23 May 2017

sunset at the other side



ଅଜଗର ସାପ :
ଗୋଟାଏ ଶୀତଦିନ ସନ୍ଧ୍ୟାରେ ଚାରି ବନ୍ଧୁ ସ୍ତିରକଲୁ ଭୋଇ ପାହାଡ଼ଚଢୀ ଦେଖିବା ପାହାଡ ଆରପାଖଟା କିମିତି ? ଅପୂର୍ବ ବୀର,ମୁଁ,ଦାଣ୍ଡିଆ , ରାମପଣ୍ଡା ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲୁ , ମାନେ  ୧୩ ବର୍ଷ ହବ ! ବହୁତ ଘଞ୍ଚ  ଜଙ୍ଗଲ ଥିଲା ! କାଲରାପତ୍ରିଆ ବାଘ, ଜଙ୍ଗଲୀ ଘୁଷୁରୀ ରହୁଥିଲେ ! ଗୋଟାଏ ଗଧର ପିଚା ଫାଳଟା କାଲରାପତ୍ରିବାଘ  ଖାଇବାର ଆମେ ଦେଖିଚୁ ,ଗଧଟା  ବଂଚିଥିଲା  !
ପାହାଡର ଅଧ୍ହା ଚଢିଛୁ, ଆଗରେ ଦୁଇ, ପଛରେ ଦୁଇ ! ଅପୂର୍ବ ମୁଁ ପଛରେ ଥାଉ ! ଦେଖିଲୁ ଗୋଟାଏ କାଠଗଣ୍ଡି ଭଳି ଜିନିଷଟା ଏପାଖରୁ ସେପାଖକୁ ଆସ୍ତେ ଆସ୍ତେ ଘୁଷୁରୀ ଘୁଷୁରୀ  ଯାଉଛି ! ଦୁଇଟା ଆଦିବାସୀ ଲୋକ ଉପରୁ ତଳକୁ ଆସୁଥିଲେ , କହିଲେ ଏଇଟା ଜଗର ସାପ ! ଜୀବନର ପ୍ରଥମ ଅନୁଭୂତି ପ୍ରାକୃତିକ ପରିବେଶରେ ଜିଅନ୍ତା ବିରାଟ ଅଜଗର ସାପ ଦେଖିବାର ! ନ ଡରି ଉପରକୁ ଉଠିଚାଲିଲୁ ! ଆଉଦଳେ  ଲୋକ କହିଲେ ସାବଧାନ ଥିବ ଜଙ୍ଗଲୀ ହାଥୀ ଅଛନ୍ତି  ! ସବୁ ତେଲୁଗୁରେ କହୁଥାନ୍ତି ଯାହାକୁ  ଦାଣ୍ଡିଆ ସାଙ୍ଗ ବୁଝିପାରୁଥାଏ  ! ଉପରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯାଇଥାଏ ପାରଳାଖେମୁଣ୍ଡିରେ , ହେଲେ ପାହାଡ ଆର ପାଖଟା ସୂର୍ଯ୍ୟକିରଣରେ ଝଲକୁ ଥାଏ ! କି ସେ ଅନୁଭୂତି ? କି ଏଡ଼ଭେଁନଚାର ? ନା ସାଥିରେ ଥାଏ ଚୁଡା ନା ପାଣି,ଖାଲିପେଟରେ ପାହାଡ଼ଚଢ଼ିବାର ସଉକ  ? ଘରକୁ ଫେରୁ ଫେରୁ ରାସ୍ତାର କିରସୀନ ବତୀ ଜଳି ଉଠିଥାଏ ! ହାତ ଗୋଡୋ ଧୋଇ ପଢିବାକୁ ବସି ଗଲି , କାହାକୁ କହିଁନି ଏହିପାହାଡ ଚଢା କଥା !
ଏହି ଦୁଇ ମୁଣ୍ଡିଆ ପାହାଡଟିର ନାଁ ତରୁଣକାନ୍ତି ପାଖରୁ ଜାଣିଚି , 'ଭୋଇ ସାହି ପାହାଡ' !
ଏଭଳି ଅନୁଭୂତି ବହୁତ ଅଳ୍ପ ଲୋକଙ୍କର ଥିବ!    ଗୋଟାଏ ଜନ୍ମରେ ଚାରିଜନ୍ମର ସ୍ମୃତି ?
ସଞ୍ଜୟର ଅନ୍ଧାର ଘରୁ

21 May 2017

LOST LUGGAGE



ବିଚାରା ରିକ୍ସାବାଲା :
ଗରାମଦିନ ପାଇଁ ମାସେ ଛୁଟି ! ମଲ୍ଲା ସାହିରୁ ବେଡିଙ୍ଗ ବିସ୍ତର କୁ ରିକ୍ସାରେ ଭର୍ତ୍ତିକରି ହଜ଼ାରି ଗଳି ଯିବାପାଇଁ କହି ତାପଛରେ ପଛରେ ସାଇକଲରେ ଚାଲିଲି ! ହଟାତ ରାଣୀହାଟ  ଛକପାଖରେ ବହୁତ ରିକ୍ସା ଭିତରେ ମୋ ରିକ୍ସାକୁ ହଜେଇଦେଲି ! ଭାବିଲି ତାକୁତ କହିଛି ତଳତେଲେଙ୍ଗା ବଜ଼ାରର ହାଜ଼ାରି ଗଳି  ନିଶ୍ଚୟ ସେହିଟାକୁହିଁ ଯାଇଥିବ   ! ଅଧଘଂଟା ଅପେକ୍ଷା କଲି-ଘଂଟାଏ ତଥାପି ତାର ନାମଗନ୍ଧ ନପାଇ ରାଣୀହାଟ ଛକର ପୋଲିସ ଫାଣ୍ଡିରେ ଏଫ ଆଇ ଆର ଦେଲି! ରିକ୍ସା ନମ୍ବରଟା ମନେ ଥିଲା !  ଲୋକଟିଏ କହିଲା ମୁନିସିପାଲଟି ଅଫିସ ଗଲେ ତାର ଠିକଣାଟା ପାଇପାରିବ ! ସାଇକଲ ପେଲି  ପାଣିଟାଙ୍କିପାଖର ଅଫିସ କୁ ଗଲି ! ରିକ୍ସା ବIଲ୍ଲାର ଘର  ପାଇଲି ! ତାର ସୁନ୍ଦର ତେଲେଙ୍ଗା ସ୍ତ୍ରୀ ବାହାରି କହିଲା, “ ସବୁଦିନ ଭାତ ଖାଇବା ପାଇଁ ଆସେ ଆଜି କିନ୍ତୁ ଆସିନି ! ପଚାରିଲା କଣହୋଇଛି ?”
 ମୁଁକହିଲିମୋର ସବୁ ଲୁଗାପଟା, ବହି  ଟଙ୍କାପଇସା ସେହିବାକ୍ସରେ ଥିଲା !” “ତୁମର ଜିନିଷର ଚିନ୍ତା , ମୋର  ସ୍ୱାମୀ କୁଆଡେ ମରିଛି  କି ବଂଚିଛି ଭଗବାନଙ୍କୁ ଜ଼ଣା !” ମୋତେ ବହୁତ ଖରାପ ଆଗିଲା ! ନିଜେ ମଧ୍ୟ ପାଣିକି ଜଳଖିଆ ପେଟରେ ପଡି ଥାଏ ! ଦିନ ଆସି ସାଡେ ବାର !  ଭାଇନା   ଘରକୁ ଫେରିଲି !
ସନ୍ଧ୍ୟା ହେଲା ! ସୌଭାଗ୍ୟନାନି ସାନ୍ତ୍ୱନା ଦେଇ କହିଲା -ନିଶ୍ଚୟ ପାଇବୁ ! ରାତି ଯାଇ ମଲ୍ଲା ସାହିରେ ଭୁଇଁରେ ଶୋଇ କଟାଇଲି , କାଳେ ଯଦି ବୁଧିକରି ରିକ୍ସବାଲା ସେଠାକୁ ଫେରିବ? ସକାଳ ହେଲା ଚୌଦ ଘଣ୍ଟା  ପେଟରେ ଦାନ ପଡ଼ିନଥାଏ ! ଖରାଦିନ !ପୁଣି ଭାଇନା ଘରକୁ ଗଲି ! ମାଉସା ଗାଳି ଦୋଉଥାନ୍ତି ମୋର ବୋକାମୀ ପାଇଁ !  ଛୁଟିର ଗୋଟାଏ ଦିନ ଏମିତି ବେକାରେ ଗଲା ! ଦିନ ଦଶଟା ବେଳକୁ ଗୋଟାଇ ପୋଲିସ କନଷ୍ଟେବଳ ଆସି ଭାଈନା ଘରେ ଖବର ଦେଲା ଯେ  ଗୋଟାଏ ରିକ୍ସା  ଅଟକ ରଖାଯାଇଛି ଲାଲ ବାଗ ଥାନାରେ ! ମୁଁ ଯାଇ ଦେଖିଲି ସେହି ରିକ୍ସାଵାଲା ଘର ନପାଇ, ତାଆଗଦିନ ରୁ ଯାଇ ଥାନାରେ  ରିକ୍ସାଟିକୁ ରଖିଦେଇଛି ! ମଙ୍ଗଳାବାଗ ଥାନାର ଏଫ ଆଇ ଆରଟା କାମରେ ଆସିଲା ! ପୋଲିସ ପଚାରିଲା କଣ କଣ   ଜିନିଷ ଅଛି ! ତାପରେ ରିକ୍ସା ବାଲାକୁ ମୋ ସାଙ୍ଗରେ ଛାଡିଲା ! ହଜ଼ାରିଗଳିରେ ପହଁଚିଲା ପରେ ତାକୁ ତାର ପ୍ରାପ୍ୟ ଦୁଇ ଟଙ୍କା ଦେଲି, କହିଲା ବାବୁ ଆଉକିଛି ଦିଅ ? ଭାଇନା କହିଲେ ଏତେ ହଇରାଣ କଲୁ ମୋ ଶଳାକୁ ଆହୁରି ବକ୍ସିସ ? ଭାଇନାଙ୍କୁ ଲୁଚେଇ ଆଉଟଙ୍କା ଗୋଟେ ଦେଲି କିନ୍ତୁ ବୋଧହୁଏ ତଥାପି କମ ହେଲା ଭାବି ଜୀବନଟା ସାରା ନିଜକୁ କ୍ଷମା ଦେଇପାରିନାହିଁ !
ଏହିଥିଲା ଜୀବନର ସତ୍ୟ ଅନୁଭୂତି --ହଜିଥିବା ଜିନିଷ ଫେରିପାଇବାର ଅନୁଭୂତି!
ସଂଜୟ ଉଵାଚ