ଅଜଗର ସାପ :
ଗୋଟାଏ ଶୀତଦିନ ସନ୍ଧ୍ୟାରେ ଚାରି ବନ୍ଧୁ ସ୍ତିରକଲୁ ଭୋଇ ପାହାଡ଼ଚଢୀ ଦେଖିବା ପାହାଡ ଆରପାଖଟା କିମିତି ? ଅପୂର୍ବ ବୀର,ମୁଁ,ଦାଣ୍ଡିଆ ,ଓ ରାମପଣ୍ଡା ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲୁ , ମାନେ ୧୩ ବର୍ଷ ହବ ! ବହୁତ ଘଞ୍ଚ ଜଙ୍ଗଲ ଥିଲା ! କାଲରାପତ୍ରିଆ ବାଘ, ଜଙ୍ଗଲୀ ଘୁଷୁରୀ ରହୁଥିଲେ ! ଗୋଟାଏ ଗଧର ପିଚା ଫାଳଟା କାଲରାପତ୍ରିବାଘ ଖାଇବାର ଆମେ ଦେଖିଚୁ ,ଗଧଟା ବଂଚିଥିଲା !
ପାହାଡର ଅଧ୍ହା ଚଢିଛୁ, ଆଗରେ ଦୁଇ, ପଛରେ ଦୁଇ ! ଅପୂର୍ବ ଓ ମୁଁ ପଛରେ ଥାଉ ! ଦେଖିଲୁ ଗୋଟାଏ କାଠଗଣ୍ଡି ଭଳି ଜିନିଷଟା ଏପାଖରୁ ସେପାଖକୁ ଆସ୍ତେ ଆସ୍ତେ ଘୁଷୁରୀ ଘୁଷୁରୀ ଯାଉଛି ! ଦୁଇଟା ଆଦିବାସୀ ଲୋକ ଉପରୁ ତଳକୁ ଆସୁଥିଲେ , କହିଲେ ଏଇଟା ଅଜଗର ସାପ ! ଜୀବନର ପ୍ରଥମ ଅନୁଭୂତି ପ୍ରାକୃତିକ ପରିବେଶରେ ଜିଅନ୍ତା ବିରାଟ ଅଜଗର ସାପ ଦେଖିବାର ! ନ ଡରି ଉପରକୁ ଉଠିଚାଲିଲୁ ! ଆଉଦଳେ ଲୋକ କହିଲେ ସାବଧାନ ଥିବ ଜଙ୍ଗଲୀ ହାଥୀ ଅଛନ୍ତି ! ସବୁ ତେଲୁଗୁରେ କହୁଥାନ୍ତି ଯାହାକୁ ଦାଣ୍ଡିଆ ସାଙ୍ଗ ବୁଝିପାରୁଥାଏ ! ଉପରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯାଇଥାଏ ପାରଳାଖେମୁଣ୍ଡିରେ , ହେଲେ ପାହାଡ ଆର ପାଖଟା ସୂର୍ଯ୍ୟକିରଣରେ ଝଲକୁ ଥାଏ ! କି ସେ ଅନୁଭୂତି ? କି ଏଡ଼ଭେଁନଚାର ? ନା ସାଥିରେ ଥାଏ ଚୁଡା ନା ପାଣି,ଖାଲିପେଟରେ ପାହାଡ଼ଚଢ଼ିବାର ସଉକ ? ଘରକୁ ଫେରୁ ଫେରୁ ରାସ୍ତାର କିରସୀନ ବତୀ ଜଳି ଉଠିଥାଏ ! ହାତ ଗୋଡୋ ଧୋଇ ପଢିବାକୁ ବସି ଗଲି , କାହାକୁ କହିଁନି ଏହିପାହାଡ ଚଢା କଥା !
ଏହି ଦୁଇ ମୁଣ୍ଡିଆ ପାହାଡଟିର ନାଁ ତରୁଣକାନ୍ତି ପାଖରୁ ଜାଣିଚି , 'ଭୋଇ ସାହି ପାହାଡ' !
ଏଭଳି ଅନୁଭୂତି ବହୁତ ଅଳ୍ପ ଲୋକଙ୍କର ଥିବ! ଗୋଟାଏ ଜନ୍ମରେ ଚାରିଜନ୍ମର ସ୍ମୃତି ?
ସଞ୍ଜୟର ଅନ୍ଧାର ଘରୁ
No comments:
Post a Comment