ବାଙ୍ଗରା :
ବହୁତଦିନ ପରେ ଦେଖାହୁଏ ମୋର ବନ୍ଧୁ ବ୍ୟମୋକେଶ ସହିତ, ସିମଲାରେ ! ଏକା
କଲେଜରୁଦୁହେଁ
ଗ୍ରେଜୁଏଟ ହୋଇ ବହିରିଥିଲୁ ! ସିଏ ଏଗ୍ରିକଲଚରରେ, ଆଉମୁଁ ଇଂରାଜୀରେ ! ସବୁବର୍ଷ ବନ୍ଧୁ ପୁରସ୍କୃତ ହଉଥିଲା ତାଙ୍କର ବଗିଚା ପାଇଁ ,ବିଶେଷକରି ତାଙ୍କର ସେହି ବାଙ୍ଗରା ବାଙ୍ଗରା ଗଛ ପାଇଁ I ଯଉଁଟାକୁ ଇଂରାଜୀରେ 'ବନସାଇ' କୁହନ୍ତି ! ୨୦ ପଚିଶ ବର୍ଷର ବର,ୱସ୍ତତ, କମଳାଲେମ୍ବୁଗଛ ସବୁ କୁ ଦେଖିଲେ କିଏ ହେଲେ କହିବ ନାହିଁ ଯେ ସେହିଗଛ ଏତେ ପୁରୁଣା ! ସ୍ୱାମୀ ଓ ସ୍ତ୍ରୀ ବହୁତ ଗର୍ବିତ ତାଙ୍କର ଏହିଗଛକୁ ନେଇ !
ବନ୍ଧୁ ସହିତ ହଟାତ ଏହିଭଳି ଦେଖା ହବବୋଲି କେବେ ଭାବି ନଥିଲି! ବ୍ୟମୋକେଶ ସିମଳାର ଗ୍ରନ୍ଥାଗାର ପାଖରେ ଦେଖାହୁଏ ! ସିଏ ମତେ ଚିହିଁପାରି ଡାକିଲା ! ପଛକୁ ବୁଲି ଦେଖିଲି ବନ୍ଧୁ ଓ ହୁଏତ ତା ସାଙ୍ଗରେ ଥିଲା ତାର ନାତି ! ଦୁହେଁ କୁଣ୍ଢା କୁଣ୍ଢି ହେଲୁ , ଆଖିରୁ ଦୁଇ ଟୋପା ଲୁହ ଗଡ଼ିଗଲାଅଜ୍ଞାତରେ ! ପାଖରେ ଥିବା ହୋଟେଲକୁ ଗଲୁ ଏବଂ କଫି ମଗାଇଲି, ଦୁଇ କାପ !
ବ୍ୟମୋକେଶ କହିଲା "ତିନି କପ ମଗା" !
"ଛୋଟପିଲା କଫି ପିଇବ?"ମୁଁ ପଚାରିଲି !
"ହଁରେ , ତୂ କଣ ତାକୁ ଛୁଆ ଭାବିଲୁ?"ବ୍ୟମୋକେଶ ,ସିଗାରେଟଟା ନିଆଁ ଲଗାଉ ଲଗାଉ କହିଲା !
"ଇଏ , ତୋର ନାତିନୁହଁ ?" ପଚାରିଲି.
"ନା , ୨୪ ବର୍ଷର ଭେଣ୍ଡା ପୁଅ "
"ତୋର ସେହି ବନସାଇ ଗଛସବୁ କଣ କଲୁ ?"
"ଛାଡ଼ ସେହି ଦୁଃଖଭରା କଥା ଆଉ ମାନେ ପକାନା !ସବୁ ହର୍ଟିକଲ୍ଚୁଚାର ବିଭାଗକୁଦାନ କରିଦେଲି !"
"କାହିଁକି' ? ପଚାରିଲି!
"ଦେଖ ଜୀବନସାରା ଗଛମାନଙ୍କୁ ବାଙ୍ଗରା ରଖି ଯଉଁ ଫୁଟାଣି ଓ ଗର୍ବ କରୁଥିଲି ଭଗବାନ କହିଲେ "ନେ --ବନସାଇପୁଅ "?
ମୋର ଆଖିରେ ଲୁହ ଛଳ ଛଳ ହୋଇଗଲା ! ଭାବିଲି ବନ୍ଧୁ ସାଙ୍ଗରେ ଦେଖା ହୋଇନଥିଲେ ହୁଏତ ଭଲ ହୋଇଥାନ୍ତା !
ବ୍ୟମୋକେଶ କହିଲା " ଦେଖ ବନ୍ଧୁ ,ବିଜ୍ଞାନଦ୍ୱାରା ଭଗବାନଙ୍କ ସହିତ ଖେଳିବା କଥା ଠିକ ନୁହଁ!"
ମୁଁ, ମନେ ମନେ ଭାବିଲି ଏହି କୁକୁର, ବିଲେଇଙ୍କୁ ଖାସୁକରିବା ଟା କଣ ବିଜ୍ଞାନ ବିରୁଦ୍ଧରେ ନୁଁହେକି ?
ସଂଜୟ କୁମାର ଶତପଥି
କୁକୁର ପ୍ରେମୀ
No comments:
Post a Comment