14 December 2018

CENTRAL OBESITY

ବଡ଼ ପେଟ :

ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହଉଚି ବୁଜଳାପେଟ କିନ୍ତୁ ତାପ୍ରତିକେହି ନଜର ନଦେଇ ବାଇପାସ,ସ୍ଟେନଟ,ଇନ୍ସୁଲିନ,ପୁଳାପୁଳା ଔଷଧ ପାଇଁ ବ୍ୟାକୁଳ ! ଆଗରୁ ପୁରୀମନ୍ଦିର ପଣ୍ଡା,ମାରୁଆଡ଼ି,ଗୁଡ଼ିଆ ଦୋକାନୀଙ୍କ ପେଟ ବୁଜଳା ଥିଲା କିନ୍ତୁ ଏବେ ଘରେ ଘରେ ପିଲାଙ୍କଠାରୁ ସ୍ତ୍ରୀଲୋକଙ୍କ ପେଟ ବଢି ଭ୍ରାନ୍ତ ଧାରଣା ସୃଷ୍ଟିକରୁଛି ?ଆଗରୁସ୍ତ୍ରୀଲୋକଙ୍କ ପେଟ ବଢିଲେ ଛୁଆହବ ବୋଲି ଲୋକେ ଭାବୁଥିଲେ କିନ୍ତୁ ଏବେ ଗୋଟାଏ ଛୁଆପରେ ଯାହାର  ପେଟ ବଢୁଛି ଛୁଆପାଇଁ ନୁହଁ ଚର୍ବି ପାଇଁ ?
ପେଟ ବଢିଲେ ଏହିନିମ୍ନ ଲିଖିତ ସମସ୍ୟାହୁଏ ୧ :ଅଂଟାବ୍ୟଥା  ୨.ଆଣ୍ଠୁବ୍ୟଥା ୩.ଧାଇଁ ସଇଁ ଲାଗିବା ୪.ରକ୍ତ ଚାପ ୫.ମଧୁମେହ ୬.ବଦ ହଜମି ୭.ଗ୍ୟାସ ସମସ୍ୟା ୮.ଘଂଟରା ୯.ଶ୍ୱାସ ରୋଗ ଥିଲେ ଆହୁରି ଅସୁବିଧା,୧୦.ବାରମ୍ବାରପେଣ୍ଟକୁ ଢିଲା କରିବା ୧୧.ଅନ୍ୟମାନେ ପରିହାସ କରନ୍ତି  ଏହିଭଳି ବହୁତ କିଛି ?
ମନେ ରଖନ୍ତୁ ପେଟ  ବଢ଼ାଇବା  ସହଜ କିନ୍ତୁ କମକରିବା ବହୁତ କଷ୍ଟ ! ମୁଖ୍ୟ କାରଣ ବେଶୀ ଖାଇବା ଏବଂ ଶୋଇରହିବା ! ପିଲାଙ୍କୁ ତେଲ ଜାତିଅ ,ଚକୋଲାଟେ, ମିଠା, ବରଗର, ପିଜ଼ା ,ଥଣ୍ଡା ପାନୀୟ ଓ ଆଇସକ୍ରିମ  ଦେଇ ତାଙ୍କ ଭବିଷ୍ୟତ ଜୀବନ ନଷ୍ଟ କରନ୍ତୁ ନାହିଁ ! ଭାରତିୟାଙ୍କ ଗୋଟାଏ ସମସ୍ୟା --ପେଟ ଆଗ ବଢି ଯାଏ ଚର୍ବିଜମାହୋଇ,ତାପରେ ଡାଏବେଟିସ ମାଡିଆସେ  ଏବଂ ତାସହିତ ଅନ୍ୟରୋଗ ସହିତ ଗୋଟବନ୍ଧନ  !କମାନ୍ତୁ  ପେଟ ଓ ସୁସ୍ତ ରୁହନ୍ତୁ !ଆପଣଙ୍କ ପେଟ ମୋର କଣ ଯାଉଛି ?
ସଂଜୟ କୁମାର ଶତପଥି  
(This Odiya posting is about a particular problem with Indians--central obesity.With this they invite diabetes, hypertension, knee and back problem,heart diseases,indigestion and premature death?It should be taught to children or else they will suffer in later part of life!)

No comments:

Post a Comment