09 October 2017

MIXED BREED



ଜାତି ପ୍ରଥା : (सामाजिक स्थिति-ଷ୍ଟାଟସ୍)
ଆଜିକାଲି  ଜାତି ପ୍ରଥା ନାହିଁ ତାବଦଳରେ  ଅଛି, ସାମାଜିକ ସ୍ତିତି ବା ଷ୍ଟାଟସ୍,ଯଉଁଟାକି ଆମ ମତରେ ଜାତିପ୍ରଥା ଠାରୁ  ଆହୁରି ବିପଦଜନକ ? ଏଠାରେ ସମାଜର ଜାତିପ୍ରଥା ବିଷୟରେ ଆମେ ଆଲୋଚନାକରିବୁନାହିଁ ,ଲେଖାପଢ଼ା ସମାଜ କିମିତି ବିଭିନ୍ନ ସମାଜ (ଷ୍ଟାଟସ୍) ଗଠନକରି ଗର୍ବରେ ରହୁଛନ୍ତି !ଆରମ୍ଭ  କରିବା ରହିବା ଠାରୁ :ୱାନ ବେଡ଼ ରୁମ ,ଟୁ ବେଡ଼ ରୁମ ,ଥ୍ରୀ ବେଡ଼ ରୁମ ,ଫୋର ବେଡ଼ ରୁମ ଇତ୍ୟାଦି ! ସୀମିତି କାର ଭିତରେ ମଧ୍ୟ ଜାତିପ୍ରଥା !କିଏ କଉଁ ଗାଡିରୁ  ଉଲ୍ଲାହିଲା ସେଥୁରୁ ଅନୁମାନ କରି ପାରିବେ ତାଙ୍କ ଜାତି !କିଏ କେଉଁ ଆପାର୍ଟମେଂଟରେ ରହୁଛି ସେଥିରୁ ଅନୁମାନ କରିହବ ତାଙ୍କର ଜାତି !କଳିଙ୍ଗ ରେସିଡେନସି  ମାନେ ଉଚ୍ଚ ଜାତିର ! ଏଠାରେ ଆମେ ଜାତି ବଦଳରେ ଷ୍ଟାଟସ୍କ କହିବା !ଝିଅ ଯଦି ଅହଲ୍ୟା ଆପାର୍ଟମେଣ୍ଟଟାରେ ରହୁଛି,  ପୁଅ ପାଇବା କଷ୍ଟ ହବ, କାରଣ ନାମଟା ମରାଠା ମରାଠା ଶୁଣାଯାଉଛି! ଯଦି 'ଆରକନ ଟାୱାର'ତାହେଲେ ବହୁତ ଭଲ ! ଜାତି ଫାତି  ମାନୁନାହାନ୍ତି, ଅସଲ ଝିଅ ଚାକିରୀ କରେ କିନାହିଁ ଆଉ କିମିତିକଣ ବ୍ୟବହାର ଜିନିଷ ମିଳିବ!
ମୋର ବନ୍ଧୁଙ୍କ ଝିଅର ବାହାଘର ବହୁତ ଜାଗାରେ ଭାଙ୍ଗି ଗଲା ! ଝିଅଟି ଦେଖିବା ପାଇଁ ସୁନ୍ଦର, ବ୍ୟାଙ୍କରେ ଚାକିରିକରେ , ଝିଅର ବାପା ବ୍ୟାଙ୍କ ଅଫିସର,ତଥାପିକାହିଁକି ପୁଅଘର ରାଜିହଉନାହାନ୍ତି ?ମାଆର ମୁଣ୍ଡରେ ଚିନ୍ତା ପଶିଲା !
ତାଙ୍କର ଗୋଟାଏ ସାଙ୍ଗ ଭିତର କଥା ବୁଝିପାରିଲା ! ଘର ବାହାରେ ଗୋଟାଏ ପୁରୁଣା ଧତଡା ମୋପେଡ଼ ରଖି ଥାନ୍ତି, ଝିଅର ବାପା  ! ଯିଏ ଝିଅ ଦେଖି ଆସେ ଏହି ମୋପେଡ଼ ଦେଖି ଭାବନ୍ତି ,ଏଘରୁ କିଛି ମିଳିବା ଆଶା ନାହିଁ, ଯେହେତୁ ଝିଅ ଚାକିରିକରୁଛି ! ମୋପେଡ଼ ଥିବା ବାପା କଣବା ଦେଇପାରିବ? ସାଙ୍ଗ କହିଲା ଭାଇନା "ଏହି ମୋପେଡ଼କୁ  ଫୋପାଡ଼ି ନୂଆ ଚାରିଚକିଆ ଗାଡିଟିଏ କିଣ, ଦେଖିବ ବାହାଘର ଶୀଘ୍ର ହୋଇଯିବ ! ସତକୁ ସତ ଝିଅର ବାହାଘର ତିନିମାସ ଭିତରେ ହୋଇଗଲା ! ଦେଖିଲେ -ଷ୍ଟାଟସ୍ କିମ୍ବା ଜାତି ପ୍ରଥାର କରାମତି?
ଡାକ୍ତରଙ୍କ ମଝିରେ ମଧ୍ୟ ଜାତି ପ୍ରଥା ! ସାଦା ଏମ.ବି.ବି.ଏସ ଡାକ୍ତର,ସ୍ପେସିଏଲଟି ଡାକ୍ତର ,ସୁପର ସ୍ପେସିଆଲିଟି ଡାକ୍ତର , ସୁପର ସୁପର ସ୍ପେସିଏଲଇଟି ଏପଲୋ ଡାକ୍ତର?ଡାଉରୀ  ମଧ୍ୟ ଏହିଜାତୀ ପ୍ରଥା ଅନୁସାରେ?ଯଦି କିଏ କନ୍ୟା ଦେଖିବା ପାଇଁ ମାରୁତି ୮୦୦ କିମ୍ବା ନାନୋରେ ଆସିଲା ତାହେଲେ  ଝିଅ ମନାକରିଦବାର ବହୁତ ସମ୍ଭାବନା ?ଜାତିପ୍ରଥା ଉଠିଗଲା ସିନା ବୋଲିଆମେ ଭାବୁଛୁ  କିନ୍ତୁ ନୂଆ ପ୍ରଥା ଆସିଯାଇଛି !ଆଇ. ଏସ  ଗୋଟାଏ ଉଚ୍ଚଜାତି, ଯିମିତି ଆଗରୁ ବ୍ରାହ୍ମଣ କିମ୍ବା କ୍ଷେତ୍ରୀୟଙ୍କ ଥିଲା ସେହିଭଳି ! ତାଙ୍କର ଚାଲି ଚଳଣ, କଥା ବାର୍ତା, ବ୍ୟବହାର ସବୁ ଅଲଗା, ଭାରତର ସବୁଠାରୁ ଉଚ୍ଚ ଜାତି !
ବହୁତ ବାହାଘର ଏହିଜାତୀ ପ୍ରଥା (ଷ୍ଟାଟସ୍) ପାଇଁ  ଭାଙ୍ଗି ଯାଉଛି?ଉତ୍ତରପ୍ରଦେଶ ବିହାରରେ ପୁଅ ଏମ:ଡିରେ ସିଟ ପାଇଲେ ପ୍ରସ୍ତାବ ଆସିଯାଏ ! ଆଜିକାଲି କୁଆଡେ ସରକାର ତଳଜାତୀର ଝିଅକୁ   ବାହା ହେଲେ  ଲକ୍ଷେ ଦଉଛନ୍ତି ! ବହୁତ ସ୍ତ୍ରୀମରିଯାଇଥିବା ବୁଢାମାନେ ଟଙ୍କା ଲୋଭରେ ତଳ ଜାତିରୁ ହଇଯାଉଛନ୍ତି !ଟଙ୍କାକୁ ଟଙ୍କା ମିଳିଲା ତାସଂଗରେ ଝିଅ ?
ଜାତିପ୍ରଥା ଠିକଥିଲାକି   ଭୁଲ ସମୟ କହିବ , ଆମର ଜୀବନ ଶେଷ ହବାଉପରେ?

ଜୀବନ ସରି ଆସୁଥିବା ସଂଜୟ ଶତପଥି
ଭୁବନେଶ୍ୱର

No comments:

Post a Comment