ଏହି ତ ଜୀବନ?
ବିଘ୍ନରାଜଙ୍କ ଅବସ୍ଥାରେ କିଛି ପରିବର୍ତନ ଆସିଲାନାହିଁ ?ପତିବ୍ରତା ନାରୀ ପାଇଁ ଯଦିକିଛିପୁରଷ୍କାର ଥାଏ, ତାହେଲେ ବିନୋଦିନୀ ଙ୍କୁ ମିଳିବାକଥା ?୯୦ ଦିନହେଲା ଅକ୍ଲାନ୍ତ ଚେଷ୍ଟା
!ପାଖରେ ଆଉକେହିନାହିଁ ,ରହିଛି ଗୋଟାଏ କଳା କୁକୁରଓସାନଭାଇ ଦେଇଥିବା ମିଟୁ! ସମ୍ପର୍କରେ କିଛିନଥିବା ୧୭-୧୮ ବର୍ଷର ଆଦିବାସୀ ପିଲା ‘ନାମକୁ’
ଓ ତାସଂଗକୁ ଗଛ ପତ୍ରଙ୍କୁ ନେଇବିନୋଦିନୀଙ୍କ ଜୀବନ ?ଘର ଭିତର ଖାଲି,କେବଳ ସ୍ମୃତି ପାଇଁ ସ୍ୱାମୀ,ପୁଅ ,ବହୁ ,ନାତୁଣୀଙ୍କ ଫଟୋ ! ତଥାପି ଆଶାରେ, ଦିନେ ସ୍ୱାମୀ
ଭଲ ହେଇଘରକୁ ଫେରିବେ, 'ବିନି ବିନି ' ଡାକିବେ? ବିନି ଜାଣିଛନ୍ତି
ଏବଂ ତାଙ୍କ ପୁଅ ମଧ୍ୟ ଯାଣିଛି, ମା ଦିବା ସପ୍ନ ଦେଖୁଛି କିଛି କୁହେନି ,ଏକୁଟିଆ ଏକୁଟିଆ ନୀରବରେ ଲୁହ ଗଡାଏ ! ସେହିଅବସ୍ଥା ଦିନେ ନା ଦିନେ ସମସ୍ତଙ୍କର ହବ, କିନ୍ତୁ ସେହିଅପ୍ରିୟ ସତ୍ୟକୁ କେହିମାନିବାକୁ ପ୍ରସ୍ତୁତ ନାହାନ୍ତି ?ଯଉଁ ପୁଅପାଇଁ ନଖାଇ ନପିଇ ମା ବାପା ଦିନକୁ ରାତି ,ରାତିକୁ ଦିନ କରିଦେଇଥିଲେ ସେମାନେ ଏବେ ଏକାନ୍ତ ଏକୁଟିଆ? ଦୀର୍ଘ ୬୫ ବର୍ଷର ସ୍ୱାମୀ ଓ ସ୍ତ୍ରୀ ଜୀବନକୁ
ଭୁଲିବା କଣ ସହଜ ପଡିଛି ?ସକାଳୁ ଉଠିବା ପାଖରୁ ରାତି ବିଛଣାକୁ ଯିବାପର୍ଯ୍ୟନ୍ତ ସେହିସବୁ ପୁରୁଣା ସ୍ମୃତି, ପ୍ରତେକମୁହୁର୍ତରେ ଦେଖାଯାଏ ଓ ମନେପଡେ!
ମନେ ପଡେ ସ୍ୱାମୀ ସ୍ତ୍ରୀ ମିଶି କୋବି ଚାରା,ମଟର ମଞ୍ଜି ପୁତିବା,ଓ ସାଙ୍ଗହୋଇ ଅଗସ୍ତିଫୁଲ ତୋଳିବା! ଲାଗେ ଯିମିତି ସେଇଦିନର କଥା ! ଛୋଟଘରଟାରେ ଯେତିକିଖୁସୀର ଜୀବନରେ ଭରପୁର ଥିଲା, ଏତେବଡ଼ ଘରେ ସେଇସବୁ
କାହିଁ ? ଯଉଁସ୍ତ୍ରୀ
ସ୍ୱାମୀଙ୍କୁ ମୁହୂର୍ତକ ପାଇଁ ଛାଡୁନଥିଲା ଏକୁଟିଆ, ଏବେ ସିଏ ତାଙ୍କୁ ଅଚିଂହା ଅଜଣା ନର୍ଶଙ୍କ ପାଖରେ ଘଣ୍ଟା ଘଣ୍ଟା ଛାଡି ଚାଲି ଆସୁଛି ! ସକାଳ ହେଲେ ଧଡ଼ପଡ଼ ହୋଇ ଉଠିପଡେ, ଫେରିଆସେ ସ୍ୱପ୍ନାରଜ୍ୟରୁ ବାସ୍ତବ ଦୁନିଆକୁ,ଫଳ ରସକରିନିଏ ବିନୋଦିନୀ! ଲାଗେ ସତେ ସିଏ ସୀମିତି ଆଗଭଳି ଘରେ ଅଛନ୍ତି ?ତିନି ଓଳି ଖାଇବାର ନିଜପାଇଁ ବନେଇଅଛି ବିନି ! ଶାଗ ତରକାରୀ,ସନ୍ତୁଳା,ଅଗସ୍ତିଫୁଲର ପକୁଡି କଲେ ମନେ ପଡନ୍ତି ବିଘ୍ନରାଜ କଥା !ବହୁତ ଖାଦ୍ୟ ପ୍ରିୟ , ପଛକୁ ପଛକୁ ଅନ୍ୟକୁ ଖୁଆଇବାରେ ବେଶୀ ଖୁସି ପାଉଥିଲେ ! ବହୁତ ଯଗିଚଳିଲେ,ବଂଚିବାର ଇଛା ପ୍ରବଳ ବଢିଗଲା ଦିନକୁ ଦିନ, ଯେତେ ବୟସ ବଢିବାକୁଲାଗିଲା ବିଘ୍ନରାଜଙ୍କ !
ଅନ୍ୟମାନେ
ଭାବନ୍ତି 'ମୋର ଏମିତିହବନି?' ସେମାନେ ସ୍ଵପ୍ଣରାଜ୍ୟରେ ଘୁରିବୁଲନ୍ତି କିନ୍ତୁ ଭୁଲିଯାନ୍ତି ସମୟବଡ଼ ବଳବାନ ! ଭାବନ୍ତି ତାଙ୍କ ପୁଅ ଅଲଗା ,ସୁନା ପୁଅ ! ପରେ ସବୁ ଅନୁଭବ କରନ୍ତି ଦୁନିୟାଟା ଗୋଟାଏ ମାୟାଜାଲ ?ପଛକୁ ଫେରି ଦେଖନ୍ତି ,ଅସରନ୍ତି ସ୍ମୃତି ଓ ଝାପ୍ସା ଝାପ୍ସା ଦେଖାଯାଉଥିବା ଅତୀତ !ଲାଗେ ଅଳନ୍ଧୁ ଭିତରେ ସବୁ ଗୋଳାଇ ତୁଲାଇ ହୋଇ ପଡିଛି !ବୀନି ତାଙ୍କକର୍ତବ୍ୟ
କରିଚାଲିଛନ୍ତି ! ଏକୁଟିଆରେ କଥା ହୁଅନ୍ତି ବିନୋଦିନୀ ମିଟୁ ଚଢେଇ ସାଙ୍ଗରେ,
କୁକୁରବ୍ଲାକିକୁ କୋଡରେ ବସାନ୍ତି
,ମନକୁ ବୁଝାଇବାପାଇଁ !ଅଜାଣତରେ ବହିଯାଏ ଦୁଇ ଟୋପା ଲୁହ , ଲୁଗା କାନିରେ ପୁଛି ଦିଅନ୍ତି ଆଉବାହାରିପଡନ୍ତି, ‘ନାମକୁ’ର ଡାକାଶୁଣି ଡାକ୍ତରଖାନା !
ନିଜେ ନିଜେ କହିହୁଅନ୍ତି 'ଏହିଟା ତ ଜୀବନ' !
ଲେଖକ ସଂଜୟ ଶତପଥି
No comments:
Post a Comment