ନୂଆ ଖବର କାଗଜ :
( କିଛିଲୋକ ସ୍ଥିର କରିଛନ୍ତି ଗୋଟାଏ ପୃଷ୍ଠାବାଲା ଖବର କାଗଜ ବାହାର କରିବେ ! ଦାମିରହିବ ୫୦ ପଇସା ! କେବଳ ଦରକାରିଖବର ରହିବ ଅଦରିକାରୀ ଖବର ପଢିବା ପାଇଁ ଲୋକଙ୍କ ପାଖରେ ମୋବାଇଲ ଅଛି!ପ୍ରତେକ ଖବର ପରେ ପ୍ରକାଶକଙ୍କ ମନ୍ତବ୍ୟ ଥିବ ? ଏହି ଖବରକାଗଜରେ ବଳାତ୍କାର,ଦୁର୍ଘଟଣା,ମୃତ୍ୟୁ ଓ ମନ୍ତ୍ରୀ କିମ୍ବା ସ୍ତ୍ରୀଲୋକଙ୍କ ଫଟୋ ପ୍ରକାଶିତ ହବନାହିଁ !
କେବଳ ଭଲ ଖବର ହିଁ ପ୍ରକାଶ ପାଇବ ! ଖବର କାଗଜକୁ ଅଭିଯୋଗ ପତ୍ରିକା କରିବାକୁ ଆମର ଇଛା ନାହିଁ ! ସେମାନେ ଅନ୍ୟ ଖବରକାଗଜ କିଣନ୍ତୁ !ପାଞ୍ଚ ମିନିଟରେ ଖବର ଶେଷ !)
(ନାମକରଣ ଆପଣମାନେ କରନ୍ତୁ)
1.ବିରାଟ ଗଟବନ୍ଧନ ଭୁଶୁଡିପଡିଲା ବିହାରରେ ! ମା-ପୁଅ ଯଉଁଠାରେ ସେଠାରେ ସବୁ ଭୁଶୁଡିପଡିବ ! ଆହୁରି କେତେ ଭୁସୁଡ଼ିଯିବ ଦେଖ ?
2.ଖଣିଦୁର୍ନୀତିରୁନିଜକୁ ରକ୍ଷାପାଇଁ କୁଆଡେ ଦୁଇ ଦଳବିହାର ଭଳି ମିଶିଯିବେକି?ଗୁଜବ ଉଠୁଛି ନୟାପଲ୍ଲୀ ଅଂଚଳରେ !
3.ଓଡ଼ିଶାନଦୀରେ ବନ୍ୟା ! ବର୍ଷାଦିନରେ ବନ୍ୟାତ ଶହଶହ ବର୍ଷ ହେଲା ହଉଛି ଏଥିରେ ନୂଆ କଥା କଣ?
4.ନବୀନ କୁହନ୍ତି ସିଏ ବଳାତ୍କାର ଓ ଭ୍ରଷ୍ଟାଚାର ଓଡିଶାରୁ ନିର୍ବିପାତ କରିଦେବେ ୨୦୨୦ ବେଳକୁ ! କରନ୍ତୁ ଭଲ କଥା ? ସେତେଵେଳକୁ ଥିଲେତ?
5.ବିଦେଶିନୀଙ୍କୁ ପୋଲିସ ପଟିଆ ଅଞ୍ଚଳରୁଧରିଲା ! ପଟିଆକୁ ଥାଇଲାଣ୍ଡର ପଟାୟା ସହିତ ଭ୍ରମ ହବା ସ୍ୱାଭାବିକ ! ନୀଳବଟିକାର ପ୍ରଭାବ !ଇଣ୍ଡିଆ, ବିଦେଶୀ ମାନଙ୍କୁ କେତେ ଚାକିରିଦଉଛି ସେଇଟା ଦେଖିବା କଥା !ପୋଲିସ ଅନ୍ୟକାମରେ ମନଦିଅନ୍ତୁ !
6.ଶିକ୍ଷକଙ୍କ ଅଭାବ ! ଛାତ୍ରତ ନାହାନ୍ତି ଶିକ୍ଷକ କଣ କରିବେ?ସାରେଙ୍କୁତ ନ ଓ ଣ ସିଖାଇ ପାରିଲେ ନାହିଁ ଶିକ୍ଷକଗଣ, ରହିବା ନରହିବା ସମାନ ! ସରକାରୀ ସ୍କୁଲ ସବୁତ ଭାଗବତ ଠୂଙ୍ଗି ହୋଇଗଲାଣି !
7.ମେଣ୍ଢାଙ୍କୁ ମାରୁଥିବା ଜନ୍ତୁଟା କେଉଁ ରାଜନୀତିଦଳର ସେଇକଥା ଜଣା ପଡୁନାହିଁ !ଓଡ଼ିଶାରେ କେବେ ଠାରୁ ଛେଳି ବଦଳରେ ମେଣ୍ଢା ପୋଷା ଯାଉଛି?ମେଣ୍ଢାମାଂସାରେ କଣ ବେଶୀ ଫାଇଦା? ସବୁ ଅଦ୍ଭୁତ ଘଟଣା ନିଆଳି, ଜଗତସିଂପୁର,କେନ୍ଦ୍ରାପଡା ଓ କଟକ ପାଖପୁଖି ଜିଲ୍ଲାରେ କାହିଁକି ବେଶିହୁଏ? ଯିମିତି ବେଶୀ ସ୍ୱଧିନତାସଂଗ୍ରାମୀ ଏହିଅଞ୍ଚଳର, ସେଇଭଳି କି?
8.ବ୍ରାହ୍ମଣୀ ନଦୀ ଉପରେ ନୂଆପୋଲ ହବାର ସମ୍ଭାବନା ! ନାମକରଣ ନେଇ ମାରପିଟ ଚାଲିଛି ? ମରା ସହରରେ କଣ ଦରକାର ଥିଲା?
9.ସାପକାମୁଡାରେ ସ୍ତ୍ରୀର ମୃତ୍ୟୁ ! ସରକାର କହିଛନ୍ତି ଦିନରେ ଶୋଇବା ପାଇଁ ଏବଂ ରାତିରେ କାମକର !
10.ଡାକ୍ତରମାନେ ସାପ ଡରରେ ଗାଁକୁ ଜିବାପାଇଁ ମନା କରୁଛନ୍ତି !ସରକାର ଦ୍ବନ୍ଦରେ?
11.ମନ୍ଦିର ଭିତରୁ ସାପ ଉଦ୍ଧାର ! ସୁରକ୍ଷିତ ସ୍ଥାନ, ସେଇଥିପାଇଁ ସେମାନେ ସେଠାରେ ରୁହନ୍ତି ,ନହେଲେ ସୁନା ସବୁ ଚୋରି ହୋଇଯିବଯେ ?
12."ଡାଉରୀ କଥାରେ ପୋଲିସ ଏରେଷ୍ଟ କରିପାରିବନାହିଁ ବିନା ପ୍ରମାଣରେ"କହିଲେ ସୁପ୍ରିମ କୋର୍ଟ ! ଏସବୁକଥା ବାହାଘର ପୂର୍ବରୁ ସମାଧାନ କରି ନିମନ୍ତ୍ରଣ ପତ୍ର ଛାପନ୍ତୁ ନହେଲେ ପୁଅକୁ ଅବିବାହିତା ରଖନ୍ତୁ ! ପୋଲିସ ଓ କୋର୍ଟର କଣ ଅନ୍ୟକାମନାହିଁ ?
13.ନୂଆ ବିଲ୍ଲ ଆସୁଛି --ଡାକ୍ତରଖାନାରେ ମଲେ ଵିମାନଟଙ୍କା ମିଳିବନାହିଁ !ହସ୍ପିଟାଲ ଭିଡଟା ଟିକେ ତ କମିବ ?
14.ମଦତି ଓ ଗଂଜଡ଼ ମାନଙ୍କୁ ୧୦% ଟାକ୍ସ ରିହାତି ଦିଆଯିବ?(କେବଳ ଓଡିଶା ପାଇଁ)
15.ଯଉଁ ଘରେ କାର ନଥିବ ସେମାନଙ୍କୁ ୨୦% ଟାକ୍ସ ରିହାତି ମିଳିବ!(ବିଲ୍ଲ ପାସ ହୋଇ ନାହିଁ)
16.ସାନି ଆଉ ଲଙ୍ଗଳା ସିନେମା କରିବେ ନାହିଁ ! ଏହା ଶୁଣି ବହୁତ ସିନେମାହଲ ବନ୍ଦ ହବା ଉପରେ!
17.ସବୁ ବର୍ଷ ଭଳି ଭାରତୀୟ ମାନେ ତମ୍ବାରେ ସନ୍ତୁଷ୍ଟ ରହିଲେ ! ଆଶା ନିରାଶା ହେଲା !
ଛାତ ଭୁଷୁଡ଼ା ଖବର:
A.ଟମାଟୋ କିଣୁଥିବା ଲୋକଙ୍କ ଘରେ ସିବିଆଇ ଚଢ଼ାଉ ! ଆଗରୁହବାର ଥିଲା !
B.ଘରେ ଷଣ୍ଢକୁ ପୋଷିଲା ବାଲାଙ୍କୁ ଟାକ୍ସ ରିବେଟି ମିଳିବ ଏବଂ ନୀଳ କାର୍ଡ ମିଳିବ,ଯଉଁଥିରେକି ୮ ଜିବି ଡାଟା ମୁଫ୍ଟ ?
ଆପଣଙ୍କ ଦିନଟା ଭଲରେ କଟୁ !
No comments:
Post a Comment