ପିଅର୍ଶ
ସାବୁନ:
ମାଡ୍ରାସର
ଗୋଟେ ହୋଟେଲରେ ବାପା-ପୁଅ-ବହୁ
ରହିଥିଲୁ ! ସକାଳୁ ଉଠିଦେଖିଲି ବାପା
ମନଦୁଃଖରେ ବସିଛନ୍ତି !
ଭାବିଲି
କିଛିଗୋଟାଏ ଅଘଟଣ ହୋଇଛି !
ପଚରିବାରୁ
କହିଲେ "ପିଅର୍ଶ ସାବୁନଟା ପାଇଖାନାରେ ପଡିଗଲା !"
କହିଲି
"ଗଲା ତ ଗଲା, ସାବୁନଟା
ପାଇଁ ଏତେ ମନଦୁଃଖ?"
ବାପା
କହିଲେ "ଆହୁରି ସପ୍ତାହେ ଯାଇଥାନ୍ତା"
ପଇସା
ନଷ୍ଟହେବାର ଦେଖିପାରନ୍ତି ନାହିଁ ସେତେ ବେଳେର
ଲୋକମାନେ !
ଯେତେବେଳେ
ମୁଁ ପିଅର୍ଶ ସାବୁନ କିଣେ କିମ୍ବା
ଦିହରେ ଲଗାଏ, ମନେପଡନ୍ତି ବାପା
!
ସାବଧାନ
ହୋଇଯାଏ , ବାପା କହିଥିବା "ପିଅର୍ଶ
ସାବୁନଟା ଭାରି ପିଛୁଳା"
ଜୀବନର
କେତେ ସ୍ମୃତି କେତେ ଅନୁଭୂତି କୁନେଇତ
ମଣିଷ ବଞ୍ଚିରହେ ? ମୁଁମଧ୍ୟ
ସେଥିରୁ
ବା କିମିତି ନିଜକୁ ଦୁରେଇ ନେବି
?
ସଂଜୟ
ଶତପଥି
(କିଛି
ସ୍ମୃତି କିଛି ଅନୁଭୂତିରୁ)
No comments:
Post a Comment