(ଘର ଘରର କଥା)
ପୁଅର ବ୍ୟସ୍ତତା ଦେଖି ମା
ପୁଅକୁ କହିଲା
"ପୁଅରେ, ତୁଟିକେ ଭଲକରି ଶୋଉନୁ କି
ବିଶ୍ରାମ ନଉନୁ,ଦେହ ଖରାପ
ହୋଇଯିବଯେ?"
ପୁଅ ଉତ୍ତର ଦେଲା
" ବ୍ୟସ୍ତ ହୁଅନି ମା ,ବସରେ
ଯିବାସମୟରେ ବେଶ ଶୋଇପଡ଼େ"
"ଘରେ ଖଟର ନିଦ
ଆଉ ବସରେ ନିଦ କଣସମାନରେ
ପୁଅ?" ମା କହିଲା !
"ଆମରତ ବେଶ ସମ୍ପତ୍ତିବାଡି
ଅଛି ,ଟଙ୍କା ଅଛି, ବହୁ
ଆଉ ଛୁଆଙ୍କୁ ନେଇ ଚାଲିଆ ଆମେରିକାରୁ
!
ସାଙ୍ଗ ହୋଇ ବାକିଯିବନ
କାଟିଦେବା , ତୋବାପା ଓ ମୁଁ ନିଶ୍ଚିନ୍ତରେ
ଦିନକାଟିବୁ "
ମା ଟିକେ ଭାବବିହ୍ୱଳିତ
ହୋଇ ଫୋନରେ କହିଚାଲିଥାଏ ତାର
ମନର କଥା !
ପୁଅ ରୋକଠୋକ ମନାକଲା
" ମୁଁ ସିନା ଜିମିତିହଉ ଚଳାଇଦେବି ,ତୋର ବହୁ ଓ
ନାତୁଣୀମାନେ?"
ମା କାନ୍ଦି କାନ୍ଦି
ଫୋନେଟିକୁ ରଖିଦେଲା !ମନେ ମନେ ଭାବିଲା
ଦୁନିଆରେ ଟଙ୍କାଟା କଣ ସବୁକିଛି?
ଘରେ ଘରେ କେତେ
ମା ଆଖିର
ଲୁହ ଶୁଖିଗଲାଣି ! ସେହି ବିରାଟ ବିରାଟ
ଘର, ଲମ୍ବା ଲମ୍ବା କାର
ଖାଲି ଲୋକ ଦେଖାଣିଆ
-- ଦୁନିଆଟା ତ ଲୋକଦେଖାଣିଆ
ହୋଇଗଲାଣି ! ଘର ବିରାଟ ରହିବାକୁ
ଲୋକ ନାହାନ୍ତି ,ମଣିଷ
ସବୁ ବୁଝି ଅବୁଝା ରହିଗଲା
?
ଅବୁଝା ସଞ୍ଜୟର ମନ
No comments:
Post a Comment