04 April 2018

ଅତୁଳନୀୟ ରାଜ୍ୟ

(ଅତୁଳନୀୟ ରାଜ୍ୟ - ପାଗଳର ବିଳାପ)
ମେଣ୍ଢାମାନକୁ ମାରି କେବଳ କଲିଜାକୁ  ଖାଇବା ଜନ୍ତୁଟା କଣ ହୋଇପାରେ କହିପାରିବେକି? ମାଙ୍କଡ଼କୁ ଫସଲ ହାନି ଠାରୁ ଛୁଆକୁ ଉଠାଇ ନବା ଏବଂ କୂଅରେ ଫୋପାଡ଼ିଦେବା ଶୁଣିଛନ୍ତିକି ?
ଗୋଟାଏ ପୋଲ ଏବଂ ରାସ୍ତାକୁ ବାରମ୍ବାର  ଉଦ୍ଘାଟନ ହବାର ଶୁଣିଛନ୍ତି ?
ପଡିସା ରାଜ୍ୟ ସବୁ ତାଙ୍କର ଶତ୍ରୁ ବୋଲି କହିବୁଲାନ୍ତି ରାଜ୍ୟର ଲୋକମାନେ
ପଡିସା ରାଜ୍ୟ ଅଣ୍ଡା ,କୁକୁଡ଼ା, ମାଛ,ଆଳୁ,ଆମ୍ବ ମିସ୍ତ୍ରୀ ମଧ୍ୟ ଦେଇଥାନ୍ତି !
ଲୋକମାନେ ଭିକାରି କିନ୍ତୁ ମନ୍ଦିର ଠାକୁର ପୃଥିବୀର ସବୁଠାରୁ ଧନୀ ?
ରାଜ୍ୟଭିତରେ ଛୋଟ ପାକିସ୍ତାନ ଅଛିବୋଲି ଲୋକେ  କୁହନ୍ତି.!
ବର୍ଷା ହେଲେ ମରୁଡି ନହେଲାତ  ମରୁଡି !
ରାଜାଙ୍କ ଲୋକ ଭାଷାଜ୍ଞାନଟି ନାହିଁ !
ରାଜା ଚାଲିପାରନ୍ତି ନାହିଁ,ସେଇଥିପାଇଁ ଅଳ୍ପ ଦୂର ଉଡାଜାହାଜରେ ଯିବା ଆସିବା  କରନ୍ତି !
ରାଜା ସବୁଥିରେ ପ୍ରଥମ ପୁରସ୍କାର ପାଆନ୍ତି !
ଲୋକଙ୍କ ବିଶ୍ୱାସ ଏହି ରାଜା ନରହିଲେ ସେମାନେ ଆତ୍ମହତ୍ୟା କରିବେ !
ବାଘ ଚିଡ଼ିଆ ଖାନାରୁ ରାତିରେ ଚାଲିଯାନ୍ତି କଏଦୀ ମାନକ ଭଳି ପୁଣି ସକାଳୁ ଫେରିଆସନ୍ତି !
ରାଜ୍ୟର ଉନ୍ନତି ହଉଛିକି ଅବନତି ହୋଉଛି ଜନସାଧାରଣ ଜାଣିପାରୁନାହାନ୍ତି !
ପୋଲାରେ ମଦମାଂସ ଖାଇ ପ୍ରଜାମାନେ ଖୁସିରେ ଥାନ୍ତି !
କଣ କରିବା କହିଲେ ?


No comments:

Post a Comment