01 October 2017

ପାଗଳର ବିଳାପ



ପାଗଳର ବିଳାପ:
ପୂଜା ଆସିବ ପୂଜା ଆସିବ ପୂଜା ଆସିଗଲା ଫୁରକିନା ଚାଲିଗଲା
କେତେ ନୂଆ ଶାଳୀ କେତେ ନୂଆ ସାଙ୍ଗ ଆସିଲେ କିଛି ଵିଛିଡ଼ିଗଲେ |
ରୋଗିଜିଏ ବେହୋସ ତା ପାଇଁ ପୂଜାର ମୂଲ୍ୟ କିଛି ରହିଲା ନାହିଁ
ସେହି ଭେଣ୍ଟିଲେଟର ସେହି ଆଇସିୟୁ ଭିତରେ ପୂଜା କାଟିଲା |
ଅନ୍ଧପାଇଁ କେଉଁଠିକା ମୂର୍ତି ସୁନ୍ଦର କି ଅସୁନ୍ଦର ବାଛ ବିଚାର କଲାନାହିଁ
ଖବର କାଗଜ ନପାଇ କିଛି କାଗଜ ପ୍ରେମୀ ଇତସ୍ତତଃ ଘୁରିବୁଲିଲେ
ଟୋକାମାନେ ଟୋକୀଙ୍କୁ ପାଲରେ ପକେଇବାର ନୂଆ ଜାଲ ବିଛାଇଲେ
କିଛି ପଡିଲେ କିଛି ଖସିଗଲେ ଯିଏ ପଡିଲା ଛଟପଟ ହେଲା |
ମାସ ଶେଷକୁ ପଡିଲା ପୂଜା ତାସଂଗକୁ ବୋନସ ମିଳିଲା ନାହିଁ
ରାଉରକେଲାରେ ଦୋକାନ ବଜାର ଭିଡ ଜମିଲା ନାହିଁ
ମଦ ଦୋକାନ କିନ୍ତୁ ଖୋଲା ରହିଲା ମଦତି ମଦ ପାଇଲେ
ବାଣ ଫୁଟିଲା ଚଢେଇ ଉଡ଼ିଲେ କିଛି ରୋଗୀ ମଲେ
ସୁନା କିଣା ହେଲା କଳାଧନରେ କାର କିଣା ହେଲା ବ୍ୟାଙ୍କ ଲୋନରେ
ଭୁବନେଶ୍ୱରରେ କୁଇଣ୍ଟାଲ କୁଇଣ୍ଟାଲ ଗହଣା ବିକରିହେଲା
କିଏ ନୂଆ ଗାଡ଼ି ଚଢିଲା କିଏ ଦୁର୍ଘଟଣାରେ ମଲା
କାହାର ସ୍ତ୍ରୀ ଦୌଡ଼ି ଦେଲା ସ୍ୱାମୀ ଝାରପଡା ଗଲା
ମୋସ୍ତ୍ରୀ ମୁହଁ ଫୁଲାଇ ବସିଲା ଶାଢ଼ୀଟା କେହିଭଲ କହିଲେ ନାହିଁ ?
ମୁଁ କିନ୍ତୁ ଯଉଁଠି ଥିଲି ସେଇଠି ରହିଛି ଆଗ ପୂଜାର ଅପେକ୍ଷାରେ !

ନୂଆ ପୂଜା ସଂଖ୍ୟା କବି
ସଂଜୟ


No comments:

Post a Comment