22 June 2018

INDIAN FAST FOOD

ଜଳଖିଆ ତୟାର:
ଗରମ ଗରମ ଆଳୁଚପ,ବରା,ପକୁଡି,ଝିଲାପୀ,ଗୋଲାପଯାମୁ ଗୁଲଗୁଲା ! ଖାଆନ୍ତୁ ଯାହା ଇଛା ତାହା ! ଝୀଲପି ଦଶ, ବାକିସବୁ ପାଞ୍ଚ କହିଲେ | ଏହିଭଳି କଉଁ ଦେଶରେ ମିଳିବ ଶସ୍ତା ଗରମ ଗରମ ଆଖିଆଗରେ ଛଣାହଉଥିବା ଜଳଖିଆ? ମୋ ମତରେ ଏମାନେ ଥାଆନ୍ତୁ ଏବଂ ଯଦି ଲୋକ ଭଲ ପାଉଛନ୍ତି ତାହାଲେ ଏମାନଙ୍କୁ ଉଠାଇଦେବା କଣ ଦରକାର ?ସିଏ ତା ଜାଗାରେ ବ୍ୟବସାୟ କରୁଛିଯିମିତି ଡାକ୍ତରମାନେ ଘରେ କ୍ଲିନିକ କରୁଛନ୍ତି,ଶିକ୍ଷକ ମାନେ  ଘରେ ଟିଉସନ ସେଇଭଳି ?ଏହିଟା ହଉଚି ଓଡିଶା, କୁହନ୍ତୁ କି ଭାରତବର୍ଷ ବିଶେଷ୍ୟତ୍ୱ ! ହଟାତ ସିଙ୍ଗାପୁର ହୋଇଗଲେ ଭଲ ଲାଗିବନି ! ମୋତେ ଭଲ ଲାଗେ ଏହିସବୁ ଦୃଶ୍ୟ !ଲାଜ ଲାଗୁଚି ଯଦି ଘରକୁ ନେଇ ଆସନ୍ତୁ  ଟିଫିନରେ  ବାକ୍ସରେ, ନହେଲେ ପ୍ଲାଷ୍ଟିକରେ ଦେଇଦେବ ?
ପଟିଆରେ ରାସ୍ତା କଡରେ ଗୋଟାଏ  କୋଡ଼ିଏ ଏକୁସ ବର୍ଷ ପିଲା ଆଳୁଦମ ଦହିବରା ବିକେ ! ୧୫ଟଙ୍କାରେ ତିନିଟା ଦହିବରା (ଅବଶ୍ୟ ଦହିକମ ପାଣି ବେଶୀ) ଆଳୁଦମ ଦିଏ ଶାଳପତ୍ର ଦନାରେ ! ମୁଁ ୮୦ଟଙ୍କା ଦେଇ ଜୁନ-ଫେୟାର  ହୋଟେଲରେ ୩ଟା ଦହିବରା ଖାଇଛି --ବେଶ କିଛି ଫରକ ନାହିଁ ?ଲୋକଙ୍କ ସହିତ ମିଶନ୍ତୁ ଏବଂ କଥା ହୁଅନ୍ତୁ ଦେଖିବେ ବହୁତ ଜିନିଷ ଶିଖିବେ ଜାଣିବେ !ସନ୍ଧ୍ୟାରେ ପିଲାଟି ବାପର ଭୁଷା ଦୋକାନ ସମ୍ଭାଳେ !
                                        ସନ୍ଧ୍ୟାରେ ଦଳ ଦଳ ହୋଇ ପୁଅ ଏବଂ ଆଧୁନିକ  ଝିଅଙ୍କୁ ଦେଖିବାକୁ ପାଇବେ,ଏହି ଆଳୁଚପ, ଗୁପଚୁପ ବରା  ଦୋକାନ  ପାଖରେ ହାତ ଧରା ଧୁରି  ହୋଇ ସୁଗନ୍ଧିତ ବାତାବରଣରେ , ମୁନିସିପାଲିଟି ଲଗାଇଥିବା କଦମ୍ବ ଗଛମୂଳରେ, ସତେକି ରାଧା କୃଷ୍ଣ ?କିଛି କୀମସ ଓ କିଟସ ରେ ପଢ଼ୁଥିବା  ଆଉକିଛି ଚାକିରୀ କରୁଥିବା ଯୋଡି  !ପଇସାଟା କିନ୍ତୁ   ପ୍ରାଏ ପୁଅପିଲାଟି  ଦିଏବିଦ୍ୟାଳୟ କଲେଜ ବନ୍ଦ ଥିଲେ ଏହିବିକାଳୀଙ୍କ  ବ୍ୟବସାୟ ମାନ୍ଦା ଚାଲେ !ଚାଲି ଚାଲି ବୁଲିବାର ମଜା କାରରେ ବୁଲିବାର ମଜାରେ ଅନେକ ଫରକ !

(ସଂଜୟ ଜୀବନର ଅଙ୍ଗେ ଲିଭାଇଥିବାର ଅନୁଭୂତି, କପି ଆଉ ଲଗାଉ ନୁହଁ)

No comments:

Post a Comment