13 June 2018

SHARING MANGO


ରାସ୍ତା କିମ୍ବା ସ୍କୁଲ ପାଖରେ ଆମ୍ବଗଛ ଥିଲେ ମଲା ଘରର ମାଲିକ !କିମ୍ବା ପଡୋଶୀ ଝଗଡ଼ାଳୁଥିଲେ ମଧ୍ୟ ବିପଦ ?
                        ଦୁଇ ପଡୋଶୀ ବେଶ କିଛି ବର୍ଷ ଧରି ରହି ଆସୁଥିଲେ  I ଗୋଟାଏ  ବଡ଼ ଆମ୍ବ ଗଛ ଥିଲା  ରାମ ବାବୁଙ୍କର ବଗିଚାରେ ଯାହାର ଡାଳ ନବବାବୁଙ୍କ ପାଚିରୀ ଭିତରେ ଥିଲା ! ବର୍ଷ ବର୍ଷ ଧରି ନବବାବୁ ଆଉ ତାଙ୍କ ପିଲା ମାନେ ଆମ୍ବ କଞ୍ଚାରୁ ଖାଇ ଆସୁଥିଲେ !ଆଚାର ମଧ୍ୟ କରୁଥିଲେ Iପାଚିଲେ ତ ଚିନୀଭଳି ମିଠା I
 ଥରକର କଥା କାନ୍ଥ ପାଚିରି ଫାଟି ଯିବାରୁ ରାମ ବାବୁ ଗଛର କିଛି ଚେର କାଟିଦେଲେ, ଯାହାଫଳରେ ନବବାବୁଙ୍କଆଡେ ଆମ୍ବ ଅଳ୍ପ ଫଳିଲା ! ଆମ୍ବକୁ ନେଇ ଦୁହିଁଙ୍କ ଭିତରେ ବହୁତ ଝଗଡା ଝାଟି  ଲାଗିଲା ? ନବ ବାବୁ କୋର୍ଟ କେସ କରିଦେଲେ ! କୋର୍ଟ କହିଲା ନିୟମ କହୁଛି ଯେହେତୁ ଗଛଟି ରାମବାବୁଙ୍କ ହତା ଭିତରେ ତାଙ୍କର ୯୦ ଭାଗ ଆମ୍ବ  ବାକି ନବବାବୁଙ୍କ ?
ରାମ ବାବୁଙ୍କ ଓକିଲ କହିଲେ ଏତେ ବର୍ଷ ପରେ କାହିଁକି ନବବାବୁଙ୍କନିଦଭାଙ୍ଗିଲା?ଏତେଦିନ ଧରି ଆମ୍ବ ଖାଇଚାଲିଥିଲେ ହଟାତ ତାଙ୍କର କାହିଁକି ଏପାଗଳାମୀ ?କୋର୍ଟକୁ ଯିବା ପୂର୍ବରୁ  ରାମ ବାବୁଙ୍କ  ସହିତ କଥା ହେଇଥିଲେ କଣ ହୋଇ ନ ଥାନ୍ତା?
ଭାଗ୍ୟ ଖରାପ, ଏବର୍ଷ ନବବାବୁଙ୍କ ଆଡେ ନାଁ ବଉଳ  ନାଁ ଆମ୍ବ,  କିଛି ଆସିଲା ନାହିଁ! ଗଛର ମଧ୍ୟ କାନ ଅଛି କୁଆଡେ?

(ସଞ୍ଜୟ କୁମାର ଶତପଥି)


No comments:

Post a Comment