ଚୁଳ କଟା :
ଆଜିକାଟିବି କାଲି କାଟିବି ଇମିତି ହଉହଉ ଚୁଳ ବହୁତ ବଢିଗଲା I
ଅଳ୍ପ ଚୂଳରେ ଯଉଁ ମଜୁରୀ ବେଶୀହେଲେ ମଧ୍ୟ ସେଇ ?କଂଜୁଶ ଲୋକତ ଗାଡି ନନେଇ ଚାଲିଚାଲି ଗଲି ସେଲୁନକୁ i
ମନଭିତରେ ଛାନିଆ ଭାବ ଥିଲାଯେ ଯଦି ଅଧାରୁ ବିଜୁଳି ଚାଲିଗଲା ?
ପଚାରିଲି, ବସିବି ? ମୁଣ୍ଡ ଟୁଙ୍ଗାରି ଦେଲା !
ଶୀତତାପ ନିୟନ୍ତ୍ରିତ ସେଲୁନରେ ଦାମ ବେଶୀ ତଥାପି ଆରାମ ?ଦେଖିଲି ମୋ ପାଳିଆସୁଆସୁ ଘଣ୍ଟେ ଉପରେ ଲାଗିବ ! କାଲିଆସିବି କହି ଝାଳକୁ ଶୁଖାଇ ବାହାରକୁ ଚାଲି ଆସିଲି !
ଆଉ ଟିକିଏ ଦୂରରେ ଗୁମୁଟିରେ ଗୋଟାଏ ନୂଆ ସେଲୁନ ! ଭିତରେ କେହିନଥାନ୍ତି ,ଚୁଳକଟା ପିଲାଟି ନିଜ ଚେହେରା ଦେଖୁଥିଲା ଆଇନାରେ ! ବୟସ୍କ ଲୋକଟିକୁ ଦେଖି ତା ମୁଖ ମଣ୍ଡଳରେ କିଛି ପ୍ରଭାବ ପଡିଲା ଭଳି ଲାଗୁନଥିଲା ! ତଥାପି ଭିତରକୁ ପସି, ବସିପଡ଼ିଲି ବୁଲା ଚୌକିରେ !
ପଚାରିଲା "ପୁରୁଣା କଟ ନା ନୂଆ ?"
"ପୁରୁଣା"
"ଆପଣଙ୍କ ଚୁଳ ଭଳି ମୋର ମଧ୍ୟ ପତଳା,ଆପଣଙ୍କ ବୟସ ହେଲା ବେଳକୁ
ମୁଁ ଚାନ୍ଦା ହୋଇଯାଇଥିବି "ପିଲାଟି ପାଣିରେ ଚୁଳ ଓଦା କରୁକରୁ କହିଲା i
"ତୁମର କେତେ ବୟସ "
"ତେଇଶ ବର୍ଷ "
"ଆଜିକାଲି ଯଉଁ " କିମ୍ମ " ଷ୍ଟାଇଲ ଚାଲିଛି ତୁମେତ ସୀମିତିକାଟିଛ ?"
"ହଁ ଆଂଜ୍ଞା , ନ ହେଲେ ଗରାଖ ଆସିଲେ ନାହିଁ !"
"କୁହନ୍ତୁ, ଆପଣଙ୍କ ଛୋଟ କାଟିବିନା ବଡ଼? "
"ଛୋଟ "
"କେତେ ଭଡା , ଏହିବାଖରାଟୀ ପାଇଁ ?"
"ଛହଜାର Iପାଞ୍ଚ ହଜାର ପାଞ୍ଚଶହ ଭଡା ଓ ବିଜୁଳିବାବଦକୁ ପାଞ୍ଚଶହ ଟଙ୍କା "
ମୁଁ ଭାବିଲି ଯାହଉ ପିଲାଟି ଅନ୍ୟ ଉପରେ
ନିର୍ଭର ନକରି ନିଜ ବାଟ ନିଜେ ବାଛିନେଇଛି !
ଚୁଳ କଟା ସରିଲା ପରେ ଚାଳିଶ ଟଙ୍କାଦେଇ ବାହାରକୁ ବାହାରି ଆସିଲାରୁ ଦେଖିଲି ଅନତିଦୂରରେ ବିଜୁଳି ମାରୁଛି I ଯାହଉ ବିଜୁଳି କାଟିବା ପୂର୍ବରୁ ମୋ
ପର୍ବଟା ଶେଷ !
No comments:
Post a Comment