26 July 2018

YOUTH AND WEALTH:

ଯୌବନ,ସମ୍ପତ୍ତିଏବଂ ଚାକିରିର ପ୍ରଭାବ ଜୀବନ ଉପରେ?
ସମସ୍ତେ ଯୌବନ ଏବଂ ସମ୍ପତି କଥା ଜାଣନ୍ତି କିନ୍ତୁ ଆମେ 'ଚାକିରୀର -- ଜୀବନ ଉପରେ ପ୍ରଭାବକଥା ହବା   !
ଯେତେଦିନ ବିକାଶ ବାବୁ ଡାକ୍ତରୀ ଚାକିରୀରେ ଥିଲେ ତାଙ୍କ ପାଖକୁ ଜନ୍ଦା, ଗୁଡ଼ ହାଣ୍ଡି ପ୍ରତି ଯିମିତି ଆପେ ଆପେ ଦୌଡ଼ି ଆସନ୍ତି ସେଇଭଳି ଲୋକେ ଘେରିଯାଉଥିଲେ ?ଜନ୍ମ ଦିନ ,ଡାକ୍ତର ଦିବସ ,ବାହାଘର ଏବଂ ଅନ୍ୟାନ୍ୟ ଦିବସରେ ଆପେ ଆପେ ଆସି ଫୁଲ ତୋଡ଼ା ସହିତ କିଛି ମିଠା ହାଣ୍ଡି ଦେଇ ଯାଉଥିଲେ !କିନ୍ତୁ ଯଉଁଦିନ ବିକାଶ ବାବୁ ଚାକିରୀରୁ ଅବସରନେଲେ ତାପରଠୁ ପିମ୍ପୁଡିମାନେ  ଯିମିତି କିରାସିନ  ବାସ୍ନାରୁ ଦୁରେଇଚାଲିଯାନ୍ତି ସେଭଳି ମେଡିକାଲ ଏଜେଣ୍ଟ ମାନେ ଦୂରତ୍ୱ ରଖିଲେ ?
ଏପରିକି ରେଳ ଗାଡ଼ିରେ କିମ୍ବା ଅନ୍ୟତ୍ର,   ସେମାନେ ଚିହିଁଲେ ନାହିଁକି ଅଜଣାଭଳି ବ୍ୟବହାର କଲେ !
ଏଭିତରେ ଜାଣିବାକୁ ପାଇଲେ  କିଛି ଡାକ୍ତର 'ରାଣୀ' ନିଜ ସହିତ ଅବସର ପ୍ରାପ୍ତ ଇଂଜିନିୟର ସ୍ୱାମୀଙ୍କୁ ମଧ୍ୟ ମେଡିକାଲ ମିଟିଙ୍ଗକୁ ନେଇଯାଉଛନ୍ତି ? କାରଣ ‘ରାଣୀ’  ରୋଗୀଙ୍କୁ ଲୋଟୁଉଛନ୍ତି ଦିବା ଆଲୋକରେ ?ଉଡ଼ାଜାହାଜ ଏବଂ ପଞ୍ଚ ତାରକା ତଳେ କଥାହଉନାହାନ୍ତି ଡାକ୍ତରମାନେ !ସବୁ ମେଡିକାଲ ଏଜେଣ୍ଟମାନେ ବହନ କରୁଛନ୍ତି ?
ଏହାଠାରୁ ଆରମ୍ଭ ହୁଏ ଦୁର୍ନୀତି ଲାଞ୍ଚ ନିଆଦିଆ କିନ୍ତୁ ସେମାନେ ବହୁତ ବଡ଼ ବଡ କଥାକୁହନ୍ତି ?
ବିକାଶବାବୁ ଡାକ୍ତରଖାନାରୁ ଦୂରେଇ  ଯିବାଠାରୁ ଜାଣି ପାରିଲେ ଯୌବନ ଏବଂ ଚାକିରିର ସମ୍ପର୍କ ---ନିଆଦିଆ ଦୁନିଆର !
ତଥାପି ତାଙ୍କର କିଛି ପଶ୍ଚାତାପ ନାହିଁ ?ଖାଲିଯେ ଏଭଳି ଅନୁଭୂତି ଡାକ୍ତରିପେସାରେ ହୁଏ ତାନୁହଁ, ଅନ୍ୟପେସାରେ ମଧ୍ୟ ଅଛି ?  ଏକାସାଙ୍ଗରେ ‘ପିସି’ ନେଇଥିବା ଏବଂ  ମଦତିଙ୍କ  ବନ୍ଧୁତ୍ୱ କିନ୍ତୁ ଜୀବନ ସାରା ରୁହେ ବୋଲି ଲୋକେ ‘ଚିନ୍ତନା ଭବନ’ ପାଖରେ ଧୋତିପିନ୍ଧା ସାହିତ୍ୟିକ ମାନେ କଥା ହଉଥିଲେ ?
କେତେ ପ୍ରତାପ ଶାଳି ବଡ ବଡ ଅଫିସର ମଧ୍ୟ ଡ୍ରାଇଭର ପାଉନାହାନ୍ତି,ତିନିଚକିଆରେ ଯିବା ଆସିବା କରୁଛନ୍ତି ? ବଜାର ସଉଦା କରିଦେବା ପାଇଁ ଲୋକନାହାନ୍ତି ,ନିଜେ ମୁଣା ବହୁଚନ୍ତି ?
ଏହିଟା ଜୀବନର ସତ୍ୟତା ,ଯେତେ ଶୀଘ୍ର ବୁଝିଯିବ ସେତେ ଭଲ !

(ଆଜିର ଚିନ୍ତନ )

No comments:

Post a Comment